କାଶିନଗର ବ୍ଲକରେ ଲକଡାଉନ୍

0
148

 

ପାରଳାଖେମୁଣ୍ଡି, ୧୪/୦୪/୨୦୨୦(ପ୍ରଭାତ କୁମାର ପାତ୍ର)- ଗଜପତି ଜିଲ୍ଲା କାଶିନଗର ବ୍ଲକ ଅଞ୍ଚଳରେ ଲୋକେ ଆଗ୍ରହ ସହିତ ସରକାରଙ୍କ ଘୋଷିତ ଲକଡାଉନ୍ ପାଳନ କରାଯାଉଛି।
ମହାମାରୀ କରୋନା ଭୂତାଣୁ ସଂକ୍ରମିତରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ଜରୁରି କାମ ନଥିଲେ ଘରୁ ବାହାରନ୍ତୁ ନାହିଁ , ସାମାଜିକ ଦୂରତା ଅନ୍ୟୁନ ୧ ମିଟର ବଜାଇ ରଖିବା, ହାତ ବାରମ୍ବାର ସାବୁନରେ ଧୋଇବା, ଗଲା ଦରଦ କି କାଶ କି ଛିଙ୍କ ପ୍ରଭୃତି ଲାଗିରହିଲେ ଡାକ୍ତରଙ୍କ ପରାମର୍ଶ ନେବା ପ୍ରଭୃତି ଏଠାରେ ଲୋକେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଘରୁ ବାହାରୁ ନାହାନ୍ତି। ରାସ୍ତା ଘାଟ ଶୁନଶାନ ହୋଇପଡିଛି। ପୋଲିସ ପକ୍ଷରୁ ନାକାବନ୍ଧୀ ମଧ୍ଯ କରାଯାଇଛି।
ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମରେ ମାଇକିଙ୍ଗ କରାଯାଇ ଲକଡାଉନ୍ ର ବିଭିନ୍ନ ଦିଗ ଉପରେ ପ୍ରଚାର ମାଧ୍ୟମରେ ସଚେତନ କରାଯାଉଛି।କାଶିନଗର ବ୍ଲକ ସମେତ ବୁଦୁରା, ଆରକେ ପୁରମ, ବଥବା, ପୁରୁଟିଗୁଡା, ୱାନା, ଗୈାରି, ଖାଣ୍ଡାବ, ହାଡ଼ଭାଙ୍ଗି, ବିସ୍ତଲା, କେ. ସିତାପୁର ପ୍ରଭୃତି ଅଞ୍ଚଳରେ ଲୋକେ ମାନେ ଅାଗ୍ରହର ସହ କରୋନା ଭୂତାଣୁ ସଂକ୍ରମିତରୁ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ଓ ସତର୍କତା ରହିବା ପାଇଁ ସରକାରଙ୍କ ଘୋଷଣା ଲକଡାଉନ୍ କୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ବିଭିନ୍ନ ପଞ୍ଚାୟତରେ ଅସ୍ଥାୟୀ କୋବିଡ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିବା ବେଳେ ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଅାବଶ୍ୟକ ବେଡ ରହିବା ସହ ହାତ ଧୋଇବା ପାଇଁ ହେଣ୍ଡ ୱାସ ଓ ସାବୁନ ରଖାଯାଇଛି। ରନ୍ଧାଖାଦ୍ୟ ଗରିବ, ଦୁଖୀ ଓ ଅସହାୟ ମାନଙ୍କୁ ଅଙ୍ଗନବାଡି ଦିଦି, ସରପଞ୍ଚ, ୱାର୍ଡ଼ ମେମ୍ବର ମାନଙ୍କ ଗ୍ରହଣରେ ଅଙ୍ଗନବାଡି କେନ୍ଦ୍ରରେ ଯୋଗାଇ ଦିଆଯାଉଛି। ପଞ୍ଚାୟତ ମାନଙ୍କରେ ହିତ ଅଧିକାରୀ ମାନଙ୍କୁ ୩ ମାସର ଚାଉଳ ବଣ୍ଟନ କରାଯାଉଛି। ଗାଁ ଗହଳି ହେଲେ ମଧ୍ୟ ବିଭିନ୍ନ ଗ୍ରାମର ଲୋକେ ସାମାଜିକ ଦୂରତା ରକ୍ଷା କରି ଏବଂ ମାସ୍କ ପିନ୍ଧିବା ପ୍ରତି ଅତି ଗୁରୁତ୍ୱ ଦେଇ ଚାଉଳ ନେଉଛନ୍ତି।
ଲକଡାଉନ୍ ପରିସ୍ଥିତି ଚାଲୁଥିବା ବେଳେ ହାଡୁଭାଙ୍ଗି ଦେଇ କାଶିନଗର ବ୍ଲକର ବିଭିନ୍ନ ଗ୍ରାମକୁ ଏକତ୍ର ୧୫ ଜଣ ଝିଅ ଚାଲି ଚାଲି ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଧରି କାଶିନଗର ସ୍ଥିତ ବାରଣଶୀ ହାଇସ୍କୁଲ ପରିସରରେ ଏକ କରେଣ୍ଟାଇନ ଘରେ ରଖାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଡଃ. ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଦ୍ବାରା କରାଯାଇ କାଶିନଗର ଅଣାଯାଇ କରେଣ୍ଟାଇନ ଘରେ ରଖାଯାଇଛି। ସେମାନଙ୍କ ସହିତ ଜଣେ ଭଗବତୀ ମହିଳା ମଧ୍ଯ ରହିଥିବା ଏବଂ ତାଙ୍କ ଚିକିତ୍ସା କରାଯାଇ ଆଇରନ ଓ କାଲସିଅମ ବଟିକା ଦିଆଯାଇଥିବା ଡାଃ ସଚ୍ଚିଦାନନ୍ଦ ମହାପାତ୍ର କହିଛନ୍ତି। କରେଣ୍ଟାଇନ ଗୃହରେ ସେହି ଝିଅ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here