ପାନୀୟ ଜଳ ବିଶୋଧନ କରାଯିବାକୁ ଦାବୀ

0
126

 

ଶେରଗଡ,୧୪/୦୪/୨୦୨୦: ଶେରଗଡ ବ୍ଳକର ବିଭିନ୍ନ ଗ୍ରାମରେ ଜନସାଧାରଣ ଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏହି ପାନୀୟ ଜଳ କୁ ବ୍ଳିଚିଗଂ କିମ୍ବା କ୍ଳୋରିନ ଦ୍ୱାରା ବିଶୋଧନ କରାଯାଉନାହିଁ, ଅଥବା ଟ୍ୟାଙ୍କ ସଫା ନିୟମିତ ବ୍ଯବଧାନ ରେ କରାଯାଉନାହିଁ ।ଫଳରେ ଲୋକେ,ଭଗବାନ ଙ୍କ ଭରଷା ରେ ଏହି ପାଇପ ପାଣି ପାନୀୟ ରୂପେ ବ୍ଯବହାର କରୁଛନ୍ତି ।ପାଣି ଦୂଷିତ ହୋଇ ଝାଡାବାନ୍ତି ଜଣ୍ଡିସ, ବସନ୍ତ, ମିଳିମିଳା ଓ କରୋନା ଭଳି ମହାମାରୀ ରୋଗ ବ୍ଯାପିବା ଆଶଙ୍କା ରହିଛି, ଧନୀ,ରାଜନେତା କଳାବଜାରି ମାନେ ସିନା ଘରେ ଆକ୍ୱାଗାଡ୍ ଲଗାଇ ଜଳ ଫିଲ୍ଟର ପାନୀୟ ଜଳ ବ୍ଯବହାର କରିପାରିବେ,କିନ୍ତୁ ଗରୀବ ପିତଳ ଜନସାଧାରଣ ଙ୍କ ପାଇଁ ଏହା ଦିବାସ୍ୱପ୍ନ ହୋଇଛି।ଗରୀବ ଜନସାଧାରଣ ଙ୍କ ପାଇଁ କୂପ ପାଣି ବିଶୁଦ୍ଧ ଓ ଆବଶ୍ଯକ ହେଲେ ଲୋକେ ନିଜେ ନିଜେ କିମ୍ବା ସ୍ୱାସ୍ଥ୍ୟ ବିଭାଗ କୂପରେ ବ୍ଳିଚିଗଂ ପକାଇ ପାଣି ବିଶୋଧନ କରିପାରୁଥିଲେ।କିନ୍ତୁ ପ୍ରାୟ ଛଅମାସ ହେଲା ପିତଳ ଧୋବା ହରିଜନ ସାହି ଭଳି କେତକ ପାନୀୟ କୂପରେ କଂକ୍ରିଟ୍ ସିମେଣ୍ଟ ପ୍ଳେଟଦେଇ ମୁହଁ ବନ୍ଦ କରିଦେଇଛନ୍ତି ଓ ରାସ୍ତାପ୍ରଶସ୍ତି କରଣ ପରେ ଏହି କୂପରେ ପଂଚାୟତ ପକ୍ଷରୁ ହ୍ଯାଣ୍ଡପମ୍ପ ସଂଯୋଗ କରାଯାଇ ଜନସାଧାରଣ ଙ୍କୁ ଶୁଦ୍ଧ ପାଣି ପାଇବେ ବୋଲି ପ୍ରତିଶୃତି ଦିଆଯାଇଥିଲେ ମଧ୍ଯ ଏ ପଯ୍ଯନ୍ତ ଏହାର ସୁ ବ୍ଯବସ୍ଥା କରାଯାଇନାହିଁ।ଫଳରେ ଜନସାଧାରଣ ଦୂଷିତ ପାଇପ ପାଣି ବ୍ଯବହାର କରିବାକୁ ବାଧ୍ଯ ହେଉଛନ୍ତି।ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ଋତୁ ଆରମ୍ଭ ହେଲାଣି। ପିତଳ ଅଂଚଳରେ ସକାଳ ସାତଟା ରୁ ଆଠଟା ଯାଏ ମାତ୍ର ଘଣ୍ଟା କ ପାଇଁ ପାଇପ ପାଣି ଯୋଗାଣ ହେଉଛି।ଲୋକେ ଆର୍ଥିକ ସମ୍ବଳ ଅଭାବ ରୁ ଘରେ ଘରେ ପାଣି ଟ୍ୟାଙ୍କ ସମ୍ପ କରି ସାରାଦିନ ପାଇଁ ପାଣି ଗଛିତ କରି ରଖିବା ସମ୍ଭବପର ହେଉନି।ଏଠାରେ ଦୁଇ ବେଳା ଦୁଇଥର ବିଶୋଧିତ ପାଇପ ଜଳ ଯୋଗାଣ ପାଇଁ ଜନ ଦାବି ହେଉଛି। ଏଥିପ୍ରତି ଗଞାମ ଜିଲାପାଳ ଶେରଗଡ ବିଡିଓ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here