ଗଜପତି : ଅବକାରୀ ଓ ପୋଲିସ ର ମିଳିତ ଚଢାଉ

0
165

 

ପାରଳାଖେମୁଣ୍ଡି, ୧୬/୦୪/୨୦୨୦(ପ୍ରଭାତ କୁମାର ପାତ୍ର) ସାରା ଭାରତରେ ଲକ ଡାଉନ ଚାଲିଥିବା ବେଳେ ଗତ ୧୪ ତାରିଖ ରେ ଆଡ଼ବା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୋଲିସ ଉପରକୁ ଆକ୍ରମଣ ଘଟଣା ରେ ଆଜି ଗଜପତି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ କୁ ବଡ ସଫଳତା ମିଳିଛି।ଆଜି ସକାଳୁ ମୋହନା ଓ ଅଡ଼ବା ପୋଲିସ ମିଳିତ ଚଢ଼ାଉ କରି ମଦ ମାଫିଆ ଓ ପୋଲିସକୁ ଆକ୍ରମଣ କରିଥିବା ଲୋକଙ୍କୁ ଧରିବା ପାଇଁ କଳ ବଳ କୌଶଳ ଲଗାଇ ୨୭ ଜଣ କୁ ଗିରଫ କରିଛି ସେଥି ମଧ୍ୟରୁ ୬ ଜଣ ମହିଳା ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିଜୟ ନାୟକ ଫେରାର ଅଛି । ସେମାନଙ୍କ ନିକଟରୁ ୪୨୦ ଲିଟର ମହୁଲି ମଦ ଜବତ କରିବା ସହ ୫୦୦୦ ଲିଟର ରନ୍ଧା ମହୁଲି ମଦ ପୋଚ ନଷ୍ଟ କରାଯାଇଛି। ତେବେ ମୁଖ୍ୟ ଆସାମୀ ବିଜୟ ନାୟକ ଙ୍କ ବାପା ଜେନା ନାୟକ କହିବା ଅନୁସାରେ ଗତ କାଲି ସନ୍ଧ୍ୟା ୫ଟାରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଗାଡି ଯୋଗେ ବିରିକୋଟ ଗ୍ରାମକୁ ଆସିଥିଲେ ଏବଂ ଶାନ୍ତି କମିଟି କରି ସମାଧାନ କରିବାକୁ ଚେଷ୍ଟା ଚାଲିଥିବା କହି ମୁଖ୍ୟ ବିଜୟ ନାୟକ କୁ ଗାଡିରେ ନେଇଯାଇଥିଲେ । ପୋଲିସ କୁ ମାଡ ମାରିବା ଘଟଣା ରେ ଗ୍ରାମରେ ଆଜି ପୋଲିସ ଟିମ ଯୋଜନା ମୁତାବକ ପହଞ୍ଚି ତଦନ୍ତ କରି ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲେ । ହେଲେ ବିଡମ୍ବନା ର ବିସୟ ଏବେ ସାରା ଦେଶରେ ଲକଡାଉନ କୁ କଡାକଡି କରାଯାଉଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଙ୍କ ଗାଡିକୁ ଏହି ସମୟରେ କିଭଳି ପାସ ମିଳିଥିଲା, ଯଦି ପାସ ମିଳିଥିଲା ଏଭଳି ବିବାଦୀୟ ପରିସ୍ଥିତି ରେ ଆଇନ ସହଯୋଗ ନକରି କିଭଳି ଅଭିଯୁକ୍ତ କୁ ନିଜ ଗାଡିରେ ନେବାରେ ସଫଳ ହେଲେ ତାହାକୁ ଅଞ୍ଚଳରେ କଳ୍ପନା ଯଳ୍ପନା ସୃଷ୍ଟି ହୋଇଛି ।ଅପରପକ୍ଷରେ ଏହି ଘଟଣା କୁ ନେଇ ବୁଦ୍ଧିଯିବି ମହଲରେ ନିନ୍ଦା ପ୍ରକାଶ କରିଛନ୍ତି । ଘଟଣା କୁ ନେଇ ଗଜପତି ଜିଲ୍ଲାର ରା.ଉଦୟଗିରି ଏସଡ଼ିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି ତଦନ୍ତ ଚାଲିଛି ସ୍ଥାନୀୟ ବିଧାୟକ ଯାଇଛନ୍ତି କି ନାହିଁ ଆମ ପାଖରେ କୌଣସି ସୂଚନା ନାହିଁ। ଯଦି ଯାଇଥିବେ କାହାର ପରମିଶନ ରେ ଯାଇଛନ୍ତି ତାହା ହେଲେ ଦୃଡ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here