ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ବାଡ୍ ଦ୍ବାରା ଯାଞ୍ଚ କାର୍ଯ୍ୟ କଡାକଡି

0
12

ଛତ୍ରପୁର, ୦୮/୦୫/୨୦୨୪ : ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ ତାରିଖ ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ନିର୍ବାଚନ କମିଶନଙ୍କ ନିୟମ ପ୍ରକାରେ ଜିଲ୍ଲାରେ ପର୍ଯ୍ୟାପ୍ତ ସଂଖ୍ୟକ ଫ୍ଲାଇଂ ସ୍କ୍ବାଡ ଟିମ୍ ଗଠନ କରାଯାଇଛି । ସେହି ଦଳ ଦ୍ବାରା ୨୪ ଘଣ୍ଟା ଚଢାଉ କାର୍ଯ୍ୟ କରାଯାଉଛି । ବିଭିନ୍ନ ଯାନବାହନ ଯାଂଚ୍ କରାଯାଉଛି । କୌଣସି ଠାରେ ଅପ୍ରିତିକର ପରିସ୍ଥିତି ଯେପରି ଦେଖାଯିବ ନାହିଁ ସେଥି ସକାଶେ ପ୍ରଶାସନ ସଦା ଜାଗ୍ରତ ରହିଛି । ଜିଲ୍ଲାରେ ନିଯୁକ୍ତ ଥିବା ପର୍ଯ୍ୟବେକ୍ଷକ ଗଣ ସମସ୍ତ ଅଞ୍ଚଳ ଗସ୍ତକରି ନିର୍ବାଚନ କାର୍ଯ୍ୟକଳାପ ଓ ଗତିବିଧି ଉପରେ ଦୃଷ୍ଟି ରଖିଛନ୍ତି । ଜନସାଧାରଣଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଛି ନିର୍ବାଚନ ସଂକ୍ରାନ୍ତରେ କୌଣସି ଠାରେ କେହି ପ୍ରଲୋଭନ ଦେଖାଇ ଭୋଟର ମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ନଜର ଆସିଲେ ଇ-ଭିଜିଲ୍ ଆପ୍ ରେ କିମ୍ବା ସଂପୃକ୍ତ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ନଜରକୁ ଆଣିବାକୁ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here