ଲକ୍ ଡାଉନ ର ସୁଯୋଗ ନେଇ ମଦ ମାଫିଆଙ୍କ ଦୈରାତ୍ମ୍ୟ, ଏହାକୁ ନେଇ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢଉ ୬୦ ଲିଟର ମଦ ଜବତ ସହ ୩ ଅଭିଯୁକ୍ତ ଗିରଫ

0
156

 

ଭଞ୍ଜନଗର,୧୬/୦୪/୨୦୨୦:-ଲକ୍ ଡାଭନର ସୁଯୋଗ ନେଇ ମଦ ମାଫିଆ ମାନଙ୍କର ଦୈରାତ୍ମ୍ୟ ବଢିବାରେ ଲାଗିଛି ଏପଟେ କରୋନା ସଂକ୍ରାମଣକୁ ରୋକିବା ପାଇଁ ପୁଲିସ ଓପ୍ରଶାସନ ଲାଗି ପଡିଥିବା ବେଳେ ଏହାର ସୁଯୋଗ ନେଇ ମଦ ମାଫିଆମାନେ ସେମାନଙ୍କ ବ୍ୟବସାୟୀ କରିବାରେ ଲାଗିପଡିଛନ୍ତି । ଏହାକୁ ନେଇ ଭଞ୍ଜନଗର ଅବକାରୀ ବିଭାଗ ମଧ୍ୟ ବେଆଇନ ଭାବେ ବ୍ୟବସାୟ କରୁଥିବା ମଦ ମାଫିଆମାନକୁ ସାବାଡ କରିବା ପାଇଁ କଠୋର ପଦକ୍ଷେପ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ ନିକଟରେ ବେଆଇନରେ ମଦ ଧରି ଯାଉଥିବା ବେଳେ ୩ ମଦ ବ୍ୟବସାୟୀକୁ ଗିରଫ କରିବା ସହ ୬୦ଲିଟର ମଦ ଜବତ କରି କୋର୍ଟ ଚାଲଣ କରାଯାଇଥିବା କଥା ଅବକାରୀ ଅଧିକାରୀ ପାର୍ଥସାରଥୀ ରାଉତ ସୁଚନା ଦେଇଛନ୍ତି ।ଅଭିଯୁକ୍ତ ହେଲେ ମିଟୁ ନାଇକ,ଚରଣ ନାଇକ ଓ ଆକାଶ ନାୟକ।ଏମାନଙ୍କ ଘର ଚେପ୍ରା ଗ୍ରାମରେ । ମିଟୁ,ଚରଣ ଓ ଆକାଶ ମିଶି ଗଣ୍ଡାଧାର ଗ୍ରାମରୁ ୬୦ଲିଟର ଦେଶୀ ମଦ ଧରି ଚେପ୍ରା ଗ୍ରାମ ଅଭିମୁଖେ ଯାଭଥିବା ବେଳେ ଅବକାରୀ ଅଧିକାରୀ ଶ୍ରୀ ରାଉତ ଖବର ପାଇ ଚିକିଲି ଗ୍ରାମ ନିଛାଟିଆ ରାସ୍ତାରେ ଜଗିରହିଥିବା ବେଳେ ଭକ୍ତ ବ୍ୟବସାୟୀମାନେ ମଦ ଧରି ଆସୁଥିବା ବେଳେ ଅବକାରୀ ଅଧିକାରୀ ଓ କର୍ମଚାରୀମାନେ କାବୁ କରିବାରେ ସକ୍ଷମ ହାେଇ ଥିଲେ ।


ରିପୋର୍ଟ: ରବିନ୍ଦ୍ରପ୍ରଧାନ

LEAVE A REPLY

Please enter your comment!
Please enter your name here