ଜାତୀୟ ସଙ୍ଗୀତ କଳାକେନ୍ଦ୍ର ତରଫରୁ କରୋନା ନିମନ୍ତେ ରନ୍ଧା ଖାଦ୍ୟ ବଣ୍ଟ

0
123

 

ବ୍ରହ୍ମପୁର,୧୮/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ର ବହୁ ପୁରାତନ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ତରଫରୁ ମହାମାରୀ କରୋନା ନିମନ୍ତେ ପ୍ରତ୍ୟେକଦିନ ମାଙ୍କଡ଼, ଗାଈ ଓ କୁକୁର ମାନଙ୍କୁ ରନ୍ଧା ଖାଦ୍ୟ ତଥା ଖିଚିଡି, ରୁଟି ଓ ବିସ୍କୁଟ ବିଗତ ଦୁଇ ସପ୍ତାହ ହେବ ଅପରାହ୍ନ ୫ଟା ରେ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼, ମୁନ୍ସୀପାଲଟି ରୋଡ଼, ବିଜୁ ପଟ୍ଟନାୟକ ରୋଡ଼, ପ୍ରେମନଗର ମୁଖ୍ୟ ରୋଡ଼ ଏବଂ ଷ୍ଟେଟବ୍ୟଙ୍କ ବଜାର ରୋଡ଼ ଆଦି ଅଞ୍ଚଳରେ ବଣ୍ଟନ କରାଯାଇ ଆସୁଅଛି ।କଳାକେନ୍ଦ୍ରର ସମ୍ପାଦକ କୃଷ୍ଣପ୍ରସାଦ ସାବତ ଙ୍କ ତ୍ୱତ୍ଵାବଧାନରେ ଅନୁଷ୍ଠିତ ଏହି ସାମାଜିକ କାର୍ଯ୍ୟକ୍ରମ ରେ ନବୀନ କୁମାର ସାହୁ, ଜି.ରମେଶ , M. ଶ୍ୟାମ କୁମାର, ସୁଧୀର ପାତ୍ର,ସଞ୍ଜୟ ଜେନା, ଲକ୍ଷ୍ମୀନାରାୟଣ ପ୍ରଧାନ ଏବଂ ସଂଜ୍ଞା ସମାହିତ ପାଢ଼ୀ ପ୍ରମୁଖ ସାହାଯ୍ୟର ହାତ ବଢାଇଥିଲେ ।

LEAVE A REPLY

Please enter your comment!
Please enter your name here