ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ଓ ସୁସ୍ଥ ହେଲେ ଆଉ ୩ଜଣ

0
300

 

ଭୂବନେଶ୍ୱର,୧୮/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ।ଏହା ସହ ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ।୬୧ ତମ ଆକ୍ରାନ୍ତ ଜଣକ ବାଲେଶ୍ଵର ଜିଲ୍ଲା ର ବୋଲି ସ୍ବାସ୍ଥ୍ଯ ବିଭାଗ ପକ୍ଷ ରୁ ସୁଚନା ମିଳିଛି।ଏହାସହ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଉ ୩ଜଣ କରୋନା ଆକ୍ରାନ୍ତ ମଧ୍ଯ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ୨୪ଜଣ କରୋନା ଆକ୍ରାନ୍ତ ଥିବା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ବତ୍ତର୍ମାନ ୩୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here