ନିଆରା ଯୁବକ ‘ରଶ୍ମିରଞ୍ଜନ’

0
293

 

କୋଦଳା,୨୨/୦୪/୨୦୨୦( ଟୁକୁନା ପ୍ରଧାନ) – : କରୋନା ଭାଇରସ ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେବା ସହ ଗରିବ, ନିରୀହ, ଅସହାୟ, ବୃଦ୍ଧ, ବୃଦ୍ଧା ମାନଙ୍କ ସୁବିଧା ଦିଗରେ ମଧ୍ୟ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିପରି କିଛି ସଚେତନ ନାଗରିକ ଏବଂ ସ୍ଵେଚ୍ଛାସେବୀ ମାନେ ମଧ୍ଯ ଏହି ଘଡ଼ିସନ୍ଧି ମୁହୂର୍ତ୍ତ ରେ ନିଜର ସମାଜ ପ୍ରତି ଥିବା କର୍ତ୍ତବ୍ୟ କୁ ନ ଭୁଲି ବିଭିନ୍ନ ସ୍ଥାନରେ କିଏ କଣ ନିଜର ସାମର୍ଥ୍ୟ ମୁତାବକ ପ୍ରଦାନ କରି ଖୁସି ଅନୁଭବ କରୁଛନ୍ତି । ସେହିପରି ଜଣେ ନିଆରା ଯୁବକ ହେଲେ କୋଦଳା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ରଶ୍ମି ରଞ୍ଜନ ପଣ୍ଡା । ଆଜି ସେ କୋଦଳା ସ୍ଥିତ ଦଣ୍ଡିଶ୍ୱର ଶୈବ ପିଠ ନିକଟରେ ଚାଲିଥିବା ଅଖଣ୍ଡ ନାମ ସ୍ଥାନକୁ ଯାଇ ସେଠାରେ ନାମ ଗାନ କରୁଥିବା କିଛି ବୃଦ୍ଧ ମାନଙ୍କୁ ଗାମୁଛା, ମାସ୍କ, ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରିଥିଲେ । ରଶ୍ମି ରଞ୍ଜନ ପେଶାରେ ଜଣେ ଗୃହରକ୍ଷୀ ହୋଇଥିବା ବେଳେ ନିଶାରେ ଜଣେ ସ୍ୱେଚ୍ଛାସେବୀ ଅଟନ୍ତି । ବିଭିନ୍ନ ସମୟରେ ଚାଲିଚାଲି ଯାଉଥିବା ଲୋକଙ୍କୁ କେତେ ବେଳେ ଗାଡି କରି ନିଜ ଗାଁ ରେ ଛାଡିଛନ୍ତି ତ କେତେବେଳେ ଉପାସରେ ଥିବା ଲୋକ ପାଇଁ ଖାଇବା ବନ୍ଦବୋସ୍ତ କରିଛନ୍ତି । ଏହା ସହିତ କରୋନା ଭାଇରସ ର ଭୟଭୟତା ଉପରେ ଜନସାଧାରଣ ଙ୍କୁ ମଧ୍ଯ ସଚେତନତା କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ କିଛି ସହାୟତା ରାଶି ପ୍ରଦାନ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି ବୋଲି ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here