କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ

0
284

ବ୍ରହ୍ମପୁର,୨୨/୦୪/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ମୁକାବିଲା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଉଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଲକ ଡାଉନ କୁ କଡାକଡି କରିବା ହେଉ କିମ୍ବା ମାସ୍କ ବ୍ୟବହାର ବାଧ୍ୟତାମୂଳକ, ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ସବୁ କ୍ଷେତ୍ରରେ ଫାଷ୍ଟ ଗଞ୍ଜାମ। ଏହି ଅବସରରେ ଜିଲ୍ଲା ପ୍ରଶାସନ ର ପ୍ରତିଟି ବିଭାଗ କରୋନା କୁ ମୁକାବିଲା କରିବା ପାଇଁ ସଜାଗ ରହିଥିବା ବେଳେ ସେଥି ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଅଗ୍ନିଶମ। କରୋନା ଦାଉରୁ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଏହି ବିଭାଗ ପକ୍ଷରୁ ସହରର ବିଭିନ୍ନ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ସାନିଟାଇଜ କରାଯାଉଛି। ସତ କହିବାକୁ ଗଲେ କରୋନା ମୁକାବିଲା ପାଇଁ ଏହି ବିଭାଗର ଅଧିକାରୀ ଓ ପ୍ରତ୍ୟକ ଟି କର୍ମଚାରୀ ଏହି ଯୁଦ୍ଧ ର ଯୋଦ୍ଧା ପାଲଟିଛନ୍ତି। ଏଭଳି କ୍ଷେତ୍ରରେ ଆଜି ଆମ୍ବପୁଆ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ ଚାଲିଥିବା ବେଳେ ଆଜି ଅଂଚଳ ବାସୀଙ୍କ ପକ୍ଷରୁ ଉଭୟ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଞ୍ଚଳବାସୀ ମାନେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଏହି ବିଭାଗ ର କାର୍ଯ୍ୟ ନେଇ ବେଶ ପ୍ରଶଂସା କରିଥିଲେ। ଏଥି ସହ ଅଞ୍ଚଳବାସୀ ମାନେ ଏହି କରୋନା ଯୋଦ୍ଧା ମାନଙ୍କୁ ହାତ ଯୋଡି ସମ୍ମାନ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here