ସୁରତରୁ ଗଡ଼ିଲା ବସ୍‌, ଫେରିଲେ ଓଡ଼ିଆ।

0
337

 

ସୁରତ, ୨୭/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ଗୁଜରାଟ ର ସୁରତ ରୁ ଗଞ୍ଜାମ ବାହାରିଲା ୪ ବସ୍। ସୁରତରୁ ୪ଟି ବସ୍ ଓଡ଼ିଶା ବାହାରିଛି। ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍। ପ୍ରତି ବସ୍‌ରେ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡ଼ି ଛାଡ଼ିଲା। ଯାତ୍ରୀ ଓ ବସ୍‌କୁ ଯିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଛନ୍ତି। ଯାତ୍ରୀମାନେ ନିଜ ଖର୍ଚ୍ଚରେ ବସ୍ ରିଜର୍ଭ କରି ଆସୁଥିବା ଜଣାପଡିଛି। ସମସ୍ତ ଯାତ୍ରୀ ଗଞ୍ଜାମ ଜିଲ୍ଲାକୁ ଆସୁଛନ୍ତି। ତେବେ ଦୀର୍ଘ ଦିନ ପରେ ନିଜ ମାଟିକୁ ଫେରିବା ଯୋଗୁଁ ଏବେ ସେମାନଙ୍କ ମନ ଖୁସି କହିଲେ ନସରେ। ତେବେ ଏମାନେ ପହଞ୍ଚିବା ପରେ ସମସ୍ତେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି ଜିଲ୍ଲାପାଳ ଅମୃତା ଜୁଲାଙ୍ଗେ କହିଛନ୍ତି। ସେମାନଙ୍କର ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ। ସେମାନଙ୍କ ମଧ୍ୟରୁ କାହାର ଚେଷ୍ଟ ପ୍ରଥମେ ହେବ, ସେକଥା ମେଡିକାଲ ଟିମ୍‌ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here