ଯୁବ ସ୍ଵେଚ୍ଛାସେବୀ ମାନଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ମାସ୍କ , ସାବୁନ ବଣ୍ଟନ

0
267

 

ଗଞ୍ଜାମ,୨୭/୦୪/୨୦୨୦( ଟୁକୁନା ପ୍ରଧାନ) – : ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ,ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ । ସେମାନେ ନିଜ କର୍ତ୍ତବ୍ୟ ସହ ନିଜ ଖର୍ଚ୍ଚରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, ମାସ୍କ, ସାବୁନ, ଅତ୍ୟାବଶ୍ୟକ ସମାଗ୍ରୀ, ସାନିଟାଇଜର ବାଣ୍ଟିବା ସହ ସଚେତନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ସେହିପରି ଅଙ୍ଗାରଗାଁ କିଛି ଯୁବକ ନିଜ ଖର୍ଚ୍ଚ ରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ଅଙ୍ଗାରଗାଁ ପଞ୍ଚାୟତ ର ଅତି ଗରିବ ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସମାଗ୍ରୀ ଯଥା ଡାଲି, ଚାଉଳ, ଚୁଡା, ଚିନି ମାସ୍କ, ସାବୁନ ଆଦି ବାଣ୍ଟିବା ସହ କରୋନା ଭାଇରସ ର ଭୟଭୟତା ଉପରେ ସଚେତନ କରିଥିଲେ। ଏଥିରେ ଯୁବ ସ୍ଵେଚ୍ଛାସେବୀ ପ୍ରଶାନ୍ତ କୁମାର ସାହୁ, ମନୋଜ କୁମାର ସାହୁ, ବିଷ୍ଣୁ ପ୍ରସାଦ ସାହୁ, ରୂପକ କୁମାର ସାହୁ, ରଞ୍ଜନ ମହାରଣା ପ୍ରମୂଖ ସାମିଲ୍ ଥିଲେ ।

LEAVE A REPLY

Please enter your comment!
Please enter your name here