୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବା ଅସମ୍ଭବ, ତେଲ ଖର୍ଚ୍ଚ ବାହାରିବନି: ବସ ମାଲିକ ସଂଘ

0
169

 

ଭୁବନେଶ୍ୱର,୦୨/୦୫/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ଭାଇରସ ପାଇଁ ଲାଗୁ ହୋଇଥିବା ଲକଡାଉନର ନୂତନ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବା ନେଇ ଗାଇଡଲାଇନ ଧାର୍ଯ୍ୟ ପ୍ରସଙ୍ଗରେ ରାଜ୍ୟ ବସ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ତୀବ୍ର ବିରୋଧ କରିଛନ୍ତି । ସେ କହିଛନ୍ତି, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବା ଅସମ୍ଭବ । କାରଣ ଏତେ କମ ଯାତ୍ରୀଙ୍କୁ ନେଇ ବସ ଚଳାଇଲେ ବସର ତେଲ ଖର୍ଚ୍ଚ ମଧ୍ୟ ଉଠିବ ନାହିଁ । ସେ କହିଛନ୍ତି, ଆସନ୍ତାକାଲି (ଶନିବାର) ଅନ୍ୟ ମାଲିକ ସଂଘର ଆଲୋଚନା କରିବା ପରେ ଏବାବଦରେ ନିଷ୍ପତ୍ତି ନିଆଯିବ ।

LEAVE A REPLY

Please enter your comment!
Please enter your name here