ପାଣିକେଶ୍ୱର ସଙ୍ଗରୋଧ କେନ୍ଦ୍ରୁ ୬ ଜଣ ପଜିଟିଭ ଚିହ୍ନଟ, ବୁଗୁଡା ବ୍ଲକ ୫ ଓ ପୁରୁଷୋତ୍ତମପୁର ବ୍ଲକ ୧ ଜଣ, ସେମାନଙ୍କ ମଧ୍ୟରୁ ଜଣେ ମହିଳା

0
158

ବୁଗୁଡା, ୧୨/୦୫/୨୦୨୦ ବୁଗୁଡା ବ୍ଲକର ପାଣିକେଶ୍ୱର ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ ଗୃହରେ ଥିବା ୬୮ ଜଣ ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରୁ ୨୧ ଜଣ ବ୍ୟକ୍ତିଙ୍କ ସ୍ଲାବ ଟେଷ୍ଟ ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ କରୋନା ପଜିଟିଭ ବାହାରିଥିବା ଜଣା ପଡ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ବୁଗୁଡା ବ୍ଲକର ହୋଇଥିବା ବେଳେ ଜଣେ ପୁରୁଷୋତ୍ତମପୁର ବ୍ଲକର ବୋଲି ଅଟନ୍ତି। ବୁଗୁଡା ବ୍ଲକର ବ୍ୟକ୍ତିମାନେ ହେଲେ ମାଣିତରା ଗ୍ରାମର ୪୦ ବର୍ଷ ଓ ୨୦ ବର୍ଷ ବୟସ୍କ ୨ ଜଣ ପୁରୁଷ, ଗୋଲିଆ ଗ୍ରାମର ୨୦ ବର୍ଷ ବୟସ୍କ ଜଣେ ପୁରୁଷ, ପଙ୍କଳସାହି ଗ୍ରାମର ୨୫ ବର୍ଷର ଜଣେ ପୁରୁଷ ଓ ବୁଗୁଡାର ୩୩ ବର୍ଷ ବୟସ୍କ ଜଣେ ମହିଳା। ଅନ୍ୟ ଜଣଙ୍କ ପୁରୁଷୋତ୍ତମପୁର ବ୍ଲକ ସମା ଗ୍ରାମର ୨୫ ବର୍ଷ ବୟସ୍କ ଜଣେ ପୁରୁଷ ।ଆଜି ଭୋର ରାତ୍ର ଦୁଇ ଘଣ୍ଟା ସମୟରେ ସମସ୍ତ ୬ ଜଣ କରୋନା ପଜିଟିଭ ଆକ୍ରାନ୍ତଙ୍କୁ ବ୍ରହ୍ମପୁରର କୋଭିଡ – ୧୯ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ୬ ଜଣଙ୍କ ନାମ ଜଣାଥିଲେବି ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ତାହା ଗୁପ୍ତ ରଖାଯାଇଥିବା ବେଳେ ସମସ୍ତେ ସୁରାଟ ଫେରନ୍ତା ଅଟନ୍ତି।

ରିପୋର୍ଟ: ଅନିଲ୍ କୁମାର ମହାରଣା

LEAVE A REPLY

Please enter your comment!
Please enter your name here