ଢୁଙ୍କାପଡା ସଂଗରୋଧ କେନ୍ଦ୍ରରେ ମୃତ୍ଯ ବରଣ କରିଥିବା ବ୍ୟକ୍ତି ଙ୍କ ପରିବାରବର୍ଗ ଙ୍କୁ ସହାୟତା ରାଶି ପ୍ରଦାନ ।

0
144

 

ଗଞ୍ଜାମ, ୧୩/୦୫/୨୦୨୦(ଟୁକୁନା ପ୍ରଧାନ) ଗତ ୦୮ ତାରିଖରେ ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର କରି ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ମୃତ୍ଯୁ ବରଣ କରିଥିବା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପରିବାରବର୍ଗଙ୍କୁ ଆଜି ଉତ୍କଳ ଛାତ୍ର ସଂଗଠନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ, ଡାଲି, ଅଟା, ଚିନି, ତେଲ, ହର୍ଲିସ୍କି, ଲାକ୍ଟୋଜେନ, ଲୁଗା ସଫା ସର୍ପଂ, ମାସ୍କ, ସାବୁନ, ଗ୍ଲୁକୋଜ, ଆଳୁ, ବାଇଗଣ,ଖାତା, ପେନ୍, ପେନସିଲ, ସହ ୫୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହା ସହିତ ଆଗକୁ ଯେପରି ସେ ଛୋଟ ଝିଅ ମାନେ ଭଲ ରେ ପଢିବେ ଓ ତାଙ୍କ ପରିବାର ପାଇଁ କିପରି କିଛି ସରକାରୀ ସହାୟତା ମିଳିବ ସେହି ବିଷୟରେ ପଞ୍ଚାୟତର ସରପଞ୍ଚ ଙ୍କ ସହ ଆଲୋଚନା ମଧ୍ଯ କରିଥିଲେ । ଏଥିରେ କୋର୍ କମିଟି ମେମ୍ବର ମାନଙ୍କ ତତ୍ତ୍ଵାବଧାନରେ ଗଞ୍ଜାମ ଜିଲ୍ଲା ସଂଗଠନ ସଚିବ ଶ୍ରୀଗଣେଶ ମହାପାତ୍ର, ବିପିନ ଚୌଧୁରୀ , ବିନାୟକ ଗୌଡ, ଶ୍ରୀକାନ୍ତ ପାତ୍ର ଓ ସଙ୍ଗଠନ ର ସମସ୍ତ କର୍ମକର୍ତ୍ତା ସମେତ ଦଣ୍ଡ ପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, IYA News ରାଜ୍ଯ ପ୍ରତିନିଧି ଜଗବନ୍ଧୁ ସାହୁ,ସୁଶାନ୍ତ କୁମାର ଆଚାର୍ଯ୍ୟ, କନକ ନ୍ୟୁଜ ପ୍ରତିନିଧି ଅତ୍ରି କୁମାର ପଟ୍ଟନାୟକ, ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା, ସରପଞ୍ଚ ପ୍ରତିନିଧି ବସନ୍ତ କୁମାର କରଣ ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here