ଢୁଙ୍କାପଡା ସଂଗରୋଧ କେନ୍ଦ୍ରରେ ମୃତ୍ଯ ବରଣ କରିଥିବା ବ୍ୟକ୍ତି ଙ୍କ ପରିବାରବର୍ଗ ଙ୍କୁ ସହାୟତା ରାଶି ପ୍ରଦାନ କଲେ ଯୁବ ସମାଜସେବୀ ପ୍ରଭାକର ପଣ୍ଡା ।

0
237

 

ଗଞ୍ଜାମ,୧୩/୦୫/୨୦୨୦ (ଟୁକୁନା ପ୍ରଧାନ) – : ଗତ ୦୮ ତାରିଖରେ ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର କରି ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ମୃତ୍ଯୁ ବରଣ କରିଥିବା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପରିବାରବର୍ଗଙ୍କୁ ପୋଲସରା ଅଞ୍ଚଳର ଯୁବ ସମାଜସେବୀ ପ୍ରଭାକର ପଣ୍ଡା ଙ୍କ ତରଫରୁ ୧୫୦୦୦ ହଜାର ଟଙ୍କା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ ୫୦ କେ ଜି, ବିସ୍କୁଟ, ଖାତା ସହ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଏଥିସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ସହ ଶାନ୍ତ୍ବନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here