ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ ଭଳି ଓଡିଶା ସରକାର ମଧ୍ୟ ଗରୀବଙ୍କ ପାଇଁ ବ୍ୟବସ୍ଥା କରନ୍ତୁ: ଶ୍ରୀ ପ୍ରଦୀପ୍ତ ନାଏକ

0
174

 

ଭୁବନେଶ୍ୱର,୧୩/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ବର୍ତମାନର ଘଡିସନ୍ଧି ମୁହୁର୍ତରେ କରୋନା ଭଳି ମହାମାରୀକୁ ପ୍ରତିହିତ କରିବା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ଉଦ୍ୟମ କରୁଛନ୍ତି । ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ସ୍ୱାଭାବିକ ରହିଛି । ଏବେ ଦେଶ ଓ ରାଜ୍ୟ ଲକ୍‌ଡାଉନ୍ ରେ ଥିବା କାରଣରୁ ଅନେକ ଗରୀବ ଲୋକ ହଇରାଣ ହରକତ୍ ହେଉଛନ୍ତି । ଏଭଳି ସମୟରେ ବର୍ତମାନ ଏବଂ ଆଗକୁ ମଧ୍ୟ ଆମକୁ କରୋନା ମୁକାବିଲାକୁ ସଫଳ କରିବା ପାଇଁ ପୂର୍ବପେକ୍ଷା ଅଧିକ ସକ୍ରିୟ ଏବଂ ସଜାଗ ରହିବାକୁ ପଡିବ । ଆମେ ଏକାଠି ହୋଇ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ କରୋନା ଯୁଦ୍ଧରେ ନିଶ୍ଚୟ ବିଜୟ ହୋଇପାରିବା ବୋଲି ବିରୋଧି ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ସମାଜର ସବୁଠୁ ତଳ ସ୍ତରର ଗରୀବ ଲୋକମାନେ ହଇରାଣ ନହୁଅନ୍ତୁ, ଏହା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛା । ଲକ୍‌ଡାଉନ୍ ଅବଧିରେ ମଧ୍ୟ ପ୍ରତ୍ୟେକ ଗରୀବ ଖଟିଖିଆ ପରିବାରକୁ ଖାଦ୍ୟ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅହରହ ଉଦ୍ୟମ କରୁଛନ୍ତି । ଗରୀବ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ଯୋଗାଇବାକୁ ପ୬ଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ଗରୀବ ଲୋକଙ୍କୁ ବ୍ୟକ୍ତି ପିଛା ମାସିକ ୫ କେଜି ଚାଉଳ ଓ ପରିବାର ପିଛା ମାସିକ ୧ କେଜି ଡାଲି ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ୩ ମାସ ପାଇଁ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି ।
ଗରୀବ, ଦିବ୍ୟାଙ୍ଗ, ବିଧବା ଓ ବାର୍ଧକ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍‌ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ୧୦୦୦ଟଙ୍କା, କୃଷକ ସମ୍ମାନ ନିଧିରେ ଚାଷୀଙ୍କୁ ୨୦୦୦ ଟଙ୍କା, ଜନଧନ ଆକାଉଂଟରେ ମହିଳାଙ୍କୁ ମାସିକ ୫୦୦ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି ।ମନରେଗାରେ ମଜୁରୀ ବୃଦ୍ଧି କରାଯାଇଚି, ଜିଲ୍ଲା ଖଣିଜ ପାଂଠି ଏବଂ ଏସଡିଆରଏଫ ପାଂଠିରୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁମତି ପ୍ରଦାନ କରିଛନ୍ତି ।
ରାଜ୍ୟ ସରକାର ମଧ୍ୟ ଗରୀବଙ୍କୁ ଅନେକ ସାହାଯ୍ୟ ଓ ସହଯୋଗ କରିଛନ୍ତି । ରାଜ୍ୟର ସହରାଂଚଳବାସିଙ୍କ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ବହୁ ଯୋଜନା ଘୋଷଣା କରିଛନ୍ତି । ଏହା ସତ୍ୱେ ବହୁ ରାଜ୍ୟବାସୀ ହଇରାଣର ଶିକାର ହେଉଛନ୍ତି । ତେଣୁ ଏହି ବିପଦ ସମୟରେ ସେମାନଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାର ଭଳି ଓଡିଶାବାସିଙ୍କୁ ମଧ୍ୟ ନୂତନ ସୁବିଧା ଯୋଗାଇବା ପାଇଁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

କରୋନା ବିପତି ସମୟରେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାର ନିଜ ନିଜ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସମେତ ଅନେକ ନୁତନ ସୁବିଧା କରିଛନ୍ତି । କର୍ଣ୍ଣାଟକ ରାଜ୍ୟ ସରକାର ଭଣ୍ଡାରୀ, ଧୋବା, ଅଟୋ ଚାଳକ ଏବଂ ନିର୍ମାଣ ଶ୍ରମିକଙ୍କ ସମେତ ଲକ୍ ଡାଉନ୍ ରେ ଅସୁବିଧା ଭୋଗୁଥିବା ଗରୀବ ତଥା ସାଧାରଣ ଲୋକଙ୍କ ପାଇଁ ୧୬୧୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପୟାକେଜ ଘୋହନା କରିଛନ୍ତି । ଫୁଲ ଚାହିଙ୍କର ୧୧୬୮୭ ହେକ୍ଟର ଚାଷ ହୋଇଥିଲେ, ସେମାନଙ୍କୁ ହେକ୍ଟର ପ୍ରତି ୨୫୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଧୋବା, ଭଣ୍ଡାରୀ, ଅଟୋ ଓ ଟ୍ୟାକ୍ସିଚାଲକଙ୍କୁ ଏକକାଳିନ ୫୦୦୦ଟଙ୍କାର ସହାୟତାର ଘୋଷନା କରିଛନ୍ତି । ଏମଏସଏମଇରେ ୨ ମାସ ପାଇଁ ନିର୍ଦ୍ଧାରିତ ବିଜୁଳି ଶୁଳ୍କ ଛାଡ କରାଯାଇଛି, ବିନା କୈାଣସି ଅତିରିକ୍ତ ଶୁଳ୍କରେ ବଡ ବଡଶିଳ୍ପ ସଂସ୍ତାଙ୍କୁ ୨ ମାସ ପାଇଁ ନିର୍ଦ୍ଧାରିତ ବିଜୁଳି ଶୁଳ୍କ ଆ୍‌ଦାୟ କରାଯିବାର ଘୋଷଣା ହୋଇଛି । ପୂର୍ବରୁ ବା ସଠିକ ସମୟରେ ବିଜୁଳି ବିଲ୍ ପଇଟ କରୁଥିବା ଉପଭୋକ୍ତାଙ୍କୁ ପ୍ରୋତ୍ସାହନ କରାଯିବା ସହ ବିଲମ୍ବରେ ବିଜୁଳି ବିଲ୍ ପଇଠ କରୁଥିବା ଉପଭୋକ୍ତାମାନେ ଇନ୍ସଟଲମେଂଟରେ ମଧ୍ୟ ବିଲ୍ ପଇଠ କରିପାରିବା ନେଇ ସୁବିଧା ହୋଇଛି । ଜୁନ୍ ୩୦ ଯାଏଁ ବିଜୁଳି ବିଲ୍ ପଇଠ କରିନଥିବା ଲୋକଙ୍କର ବିଜୁଳି ସଂଯୋଗ କରାଯିବ ନାହିଁ ବୋଲି ଉଭୟ ସରକାର ଘୋଷଣା କରିଛନ୍ତି ।
ଏହା ବ୍ୟତୀତ ଏହି ଯୋଜନାରେ ହସ୍ତତନ୍ତ ଶିଳ୍ପୀ ଓ ବୁଣାକାରମାନଙ୍କୁ ଋଣ ନେବାର ସୁବିଧା ପ୍ରଦାନ କରାଯାଉଛି । ବୁଣାକାର ସମ୍ମାନ ଯୋଜନାର ଶୁଭାରମ୍ଭ କରାଯାଇ ରାଜ୍ୟର ହସ୍ତଶିଳ୍ପ ବୁଣାକାରମାନଙ୍କୁ ସିଧାସଳଖ ୨୦୦୦ ଟଙ୍କା ପ୍ରଦାନ କରାଯାଉଛି । ପଂଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ୨୦୦୦ ଟଙ୍‌କା ଘୋଷଣା କରାଯାଇଥିବାବେଳେ ଅତିରିକ୍ତ ୩୦୦୦ ଟଙ୍କା ଡିବିଟି ଜରିଆରେ ନିର୍ମାଣ ଶ୍ରମିକମାନଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ସେହିପରି ମଧ୍ୟପ୍ରଦେଶ ରାଜ୍ୟ ସରକାର ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ଅଧିନିୟମରେ ସୁଧାର କରିଛନ୍ତି । ପଶ୍ଚାତବର୍ତୀ କ୍ରୟ ବିକ୍ରୟରେ ମଣ୍ଡି ଶୁଳ୍କକୁ ଦେୟମୁକ୍ତ କରାଯାଇଛି, ବେସରକାରୀ କ୍ଷେତ୍ରରେ ମଣ୍ଡି ସ୍ଥାପନା ପାଇଁ ପ୍ରାବଧାନ କରାଯାଇଛି, ଗୋଦାମ, ଶୀତଳ ଭଣ୍ଡାର ଆଦିକୁ ମଧ୍ୟ ବେସରକାରୀ କ୍ଷେତ୍ରରେ ମଧ୍ୟ ଆଇନ ପ୍ରଣୟନ ହୋଇଛି । ମଣ୍ଡି ବାବଦରେ ଫୁଡ୍ ପ୍ରୋସେସର, ହୋଲସେଲ ବିକ୍ରେତା ଇତ୍ୟାଦିଙ୍କୁ ଚାଷୀଙ୍କଠାରୁ ଶୀଘ୍ର ଉତ୍ପାଦ କିଣିବା ପାଇଁ ପ୍ରାବଦାନ କରାଯାଇଛି, ମଣ୍ଡି ସମିତିଗୁଡିକ ବେସରକାରୀ କାଯ୍ୟରେ ହସ୍ତକ୍ଷେପ କରିବେ ନାହିଁ । ଗୋଟିଏ ଲାଇସେନ୍ସରେ ବ୍ୟବସାୟୀମାନେ ବ୍ୟବସାୟ କରିପାରିବେ, ଇ-ଟ୍ରେଡିଂ ଇତ୍ୟାଦିର ପ୍ରାବଧାନ କରାଯାଇଛି ।

କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ ଭଳି ଓଡିଶାରେ ମଧ୍ୟ ଗରୀବଙ୍କ ପାଇଁ ଏପରି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି । ଉପରୋକ୍ତ ୨ ରାଜ୍ୟ ଭଳି ଓଡିଶାରେ ଏଭଳି ବ୍ୟବସ୍ଥ ହେଲେ ବର୍ତମାନର ଘଡିସନ୍ଧି ମୁହୁର୍ତରେ ସମାଜର ଗରୀବ, ଚାଷୀ, ଛୋଟ ବ୍ୟବସାୟୀ ଲୋକମାନେ ତଥା ଓଡିସାର ନାଗରିକମାନେ ବିଶେଷ ଲାଭବାନ ହୋଇପାରିବେ । ତେବେ ୍‌ଯାଇ ଆମ ରାଜ୍ୟର ଅର୍ଥନୀତି ସୃଦୃଢ ହୋଇପାରିବ ଏବଂ ଆମେ କରୋନା ଯୁଦ୍ଧରେ ବୀଜୟ ହାସଲ କରିପାରିବା ବୋଲି ଶ୍ରୀ ନାଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here