କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି ଘୋଷଣାକୁ ବିଜେପିର ସ୍ୱାଗତ କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଭିତିଭୂମି ଆହୁରି ମଜବୁତ୍ ହେବ : ସମୀର ମହାନ୍ତି * ମନରେଗାରେ ଅତିରିକ୍ତ ୪୦ ହଜାର କୋଟି ଅନୁଦାନ ପ୍ରବାସୀ ଶ୍ରମିକଙ୍କୁ ଆତ୍ମନିର୍ଭର କରିବ *ଓଡିଶା ଫେରୁଥିବା ଶ୍ରମିକ ମାନଙ୍କୁ ନିଯୁକ୍ତି ମିଳିବ ଓ ସ୍ଥାନୀୟ ଅର୍ଥନୀତି ସୁଦୃଢ ହେବ,ମୋଦି ସରକାରଙ୍କ ପଦକ୍ଷେପ କରୋନା ପରବର୍ତୀ ସମୟରେ ଭାରତକୁ ଲଢିବାକୁ ବଳ ଦେବ

0
389

 

ଭୁବନେଶ୍ୱର.୧୭/୦୫/୨୦୨୦(ବ୍ୟୁରୋ ରିପୋର୍ଟ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ଅନ୍ତିମ ଦିନର ଘୋଷଣାରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି ଟଙ୍କା ଘୋଷଣା କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ଆର୍ଥିକ ଘୋଷଣା କେବଳ କରୋନା ଯୋଦ୍ଧାଙ୍କ କାମକୁ ପ୍ରୋତ୍ସାହନ ଦେବ ନାହିଁ ବରଂ ସେମାନଙ୍କ ସୁରକ୍ଷା ଓ ନିରାପତାକୁ ନିଶ୍ଚିତ କରିବ ଏବଂ ତୃଣମୂଳ ସ୍ତରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଓ ମେଡିକାଲର ଭିତିଭୂମିକୁ ଅଧିକ ମଜବୁତ୍ କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ । ବର୍ତମାନର ଘଡିସନ୍ଧିମୂହୂର୍ତରେ କରୋନା ଯୋଦ୍ଧା ଡାକ୍ତର, ନର୍ସ ତଥା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବା ପାଇଁ ମେମାନଙ୍କ ସୁରକ୍ଷା ଓ ନିରାପତାକୁ ସୁନିଶ୍ଚିତ କରିଛନ୍ତି । ଆଜି ଘୋଷଣାରେ ଦେଶର ସମସ୍ତ ଜିଲ୍ଲାର ମେଡିକାଲରେ ସଂକ୍ରମଣ ଜନିତ ରୋଗ ନିମନ୍ତେ ବ୍ଲକ ପ୍ରତିଷ୍ଠା ଏବଂ ବ୍ଲକ ସ୍ତରରେ ସ୍ୱାସ୍ଥ୍ୟ ଲ୍ୟାବ ପ୍ରତିଷ୍ଠା ଘୋଷଣା ଭାରତକୁଆଗାମୀ ଦିନରେ ମଧ୍ୟ ବିଭିନ୍ନ ଭୂତାଣୁ ସହ ଲଢିବାରେ ସହାୟକ ହେବା
ମନରେଗା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମେତ ୭ଟି କ୍ଷେତ୍ରରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ମନରେଗାରେ ଅତିରିକ୍ତ ୪୦ ହଜାର କୋଟି ଟଙ୍କା ଅନୁଦାନ ଦ୍ୱାରା ବିଭିନ୍ନ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକ କାମ ପାଇପାରିବେ । ସେମାନେ ଆତ୍ମନିର୍ଭର ହେବା ସହ ସ୍ଥାନୀୟ ଅର୍ଥନୀତି ମଧ୍ୟ ସୁଦୃଢ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହା ଦ୍ୱାରା ଓଡିଶା ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକ ମାନେ ନିଯୁକ୍ତି ପାଇବା ସହ ଲାଭବାନ ହେବେ ।
ବିଗତ ଦିନମାନଙ୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ଯେପରି ଭୂମି, ଶ୍ରମିକ, ଲିକ୍ୱିଡିଟି ବା ନଗଦ ଅର୍ଥ, ଆଇନକୁ ଗୁରୁତ୍ୱ ଦେଇଛନ୍ତି, ଏହି ପଦକ୍ଷେପ ଭାରତକୁ କେବଳ ବର୍ତମାନର ସମୟରେ ନୁହେଁ କରୋନା ପରବର୍ତୀ ସମୟରେ ମଧ୍ୟ ଲଢିବାକୁ ଶକ୍ତି ପ୍ରଦାନ କରିବ । ଦେଶର ସାଧାରଣ ଲୋକଙ୍କ ସୁରକ୍ଷା ସହ ଅର୍ଥନୀତି ମଧ୍ୟ ଗୁରୁତ୍ୱ ଦେଇଥିବାରୁ ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here