କୋଦଳା ପୋଲିସ ର ମହାନୀୟତା, ପ୍ରବାସୀ ମାନଙ୍କୁ ଖାଦ୍ୟ ଦେବା ସହ ଗାଡି ରେ ଛାଡିଲେ

0
255

 

ଗଞ୍ଜାମ,୧୭/୦୫/୨୦୨୦ (ଟୁକୁନା ପ୍ରଧାନ) କରୋନା ଭାଇରସ ର ଭୟଭୟତା ପାଇଁ ସାରା ଦେଶ ଲକ୍ ଡାଉନ ସାଙ୍ଗକୁ ଲୋକଙ୍କ ଜୀବନ ଜୀବିକା ମଧ୍ଯ ପ୍ରଭାବିତ ହୋଇଛି ।ବିଭିନ୍ନ କଳକାରଖାନା, କର୍ମ ସଂସ୍ଥାନ ମଧ୍ଯ ବନ୍ଦ, ଫଳ ରେ ପ୍ରବାସୀ ମାନେ କିଏ କେଉଁ ମାଧ୍ୟମରେ ନିଜ ଭିଟାମାଟି କୁ ଫେରିବା ପାଇଁ ଲାଗିପଡ଼ିଛନ୍ତି । କିଛି ବଦାନ୍ୟ ବ୍ୟକ୍ତି ବିଶେଷ ଏବଂ ସରକାରୀ ଅଧିକାରୀମାନେ ପ୍ରବାସୀ ମାନଙ୍କୁ ଖାଇବା କୁ ଦେବା ସହ ରହିବା ର ମଧ୍ଯ ବନ୍ଦୋବସ୍ତ କରୁଛନ୍ତି । ସେହିପରି କୌଣସି ସୂତ୍ରରୁ ଖବର ପାଇ ଚେନ୍ନାଇ ରୁ ବେଗୁନିଆପଡ଼ା ବ୍ଳକ ଅଭିମୁଖେ ଚାଲି ଚାଲି ଆସୁଥିବା କିଛି ପ୍ରବାସୀ ମାନଙ୍କୁ ଚିଙ୍ଗୁଡ଼ିଘାଇ ଠାରୁ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଗାଡି ମାଧ୍ୟମରେ ଆଣି କୋଦଳା ବସ ଷ୍ଟାଣ୍ଡ ନିକଟରେ ରନ୍ଧା ଖାଦ୍ୟ ଏବଂ ବିସ୍କୁଟ ଦେବା ସହ ଗାଡ଼ି ମାଧ୍ୟମରେ ଛାଡିବାର ମଧ୍ଯ ବନ୍ଦୋବସ୍ତ କରିଥିଲେ । କୋଦଳା ପୋଲିସ ର ଏହି ମହାନୀୟତା କାର୍ଯ୍ୟପାଇଁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here