ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ତଳେ ପଡ଼ି ପ୍ରାଣ ହରାଇଲେ ଲାଇନ୍ ମ୍ୟାନ

0
213

 

ଖଲ୍ଲିକୋଟ, ୧୭/୦୫/୨୦୨୦(ବ୍ୟୁରୋ ରିପୋର୍ଟ)ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ତଳେ ପଡ଼ି ପ୍ରାଣ ହରାଇଛନ୍ତି ଲାଇନ ମ୍ୟାନ୍‌ ସତ୍ୟନାରାୟଣ ସାହୁ। ସତ୍ୟନାରାୟଣ ଗଂଜାମ ଜିଲ୍ଲା ଖଲ୍ଲିକୋଟ ସାଉଥକୋ ବିଦ୍ୟୁତ୍‌ ଉପଖଣ୍ଡରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଗତକାଲି ଏହି ଅଘଟଣ ଘଟିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ସତ୍ୟନାରାୟଣ ଗତ କାଲି ଅପରାହ୍ନରେ ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ମରାମତି କରିବା ସମୟରେ ତଳେ କଚାଡି ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। ହେଲେ ଅଧ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ବ୍ରହ୍ମପୁରରେ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ମୃତଦେହ ଖଲ୍ଲିକୋଟ ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ କ୍ଷତିପୂରଣ ଦାବି କରି ଆସ୍କା- ଭୁବନେଶ୍ୱର ରାଜ୍ୟ ରାଜପଥରେ ଧରଣାରେ ବସିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ l ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ , ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ପରିବାରର ସମସ୍ତ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

LEAVE A REPLY

Please enter your comment!
Please enter your name here