ଗୋପାଳପୁର,୧୭/୦୫/୨୦୨୦(ବ୍ୟୁରୋ ରିପୋର୍ଟ)ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ର ପ୍ରାୟ ୨ହଜାର ଲୋକ ୧, ୮୪ ,୫୮୫/- ଟଙ୍କା ର ସହାୟତା ରାଶି ପ୍ରଦାନ କରିଛନ୍ତି | ଓଡିଶା ଏବେ କରୋନା ମହାମାରୀ ବିରୁଦ୍ଧରେ ଲଢୁଥିବାବେଳେ ଏଥିରେ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି | ଏହି କରୋନା ମହାମାରୀ କୁ ରୋକିବାକୁ ଏବେ ରାଜ୍ୟର ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ହାତ ବଢୁଛି |ଏଥିରେ ସାମିଲ ହେଇଛନ୍ତି ବୋରିଗାଁ ପଞ୍ଚାୟତ ବାସୀ | ବୋରିଗାଁ ପଞ୍ଚାୟତ ର ସରପଞ୍ଚ ବସନ୍ତ କୁମାର ସାହୁ, ସମିତିସଭ୍ୟ ମୀରା ସାହୁ, ନରସିଂହ ସାହୁ, ସୁରେଶ ଚନ୍ଦ୍ର ସାହୁ, ଅଭିରାମ ସେଠୀ, ପ୍ରଫୁଲ୍ଲ ରାଉଳ, ଏନ. ଆଦିକନ୍ଦ, ଉଦୟନାଥ ସେଠୀ, ଶିବରାମ ସାହୁ, ରଞ୍ଜନ କୁମାର ସାବତ, ଡି, ନରସିଂହ ପ୍ରମୁଖ ଙ୍କ ଉପସ୍ଥିତି ରେ ମାନ୍ୟବର ବିଧାୟକ ଗୋପାଳପୁର ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ଜରିଆରେ ସହାୟତା ରାଶି ପ୍ରଦାନ କରିଛନ୍ତି |




