ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ସ୍ବାଧୀନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମେୟର ପିଣ୍ଟୁଦାଶ ଙ୍କ ପ୍ରଚାର ସବୁଠାରୁ ଆଗରେ

0
23

ବ୍ରହ୍ମପୁର,୦୭/୦୫/୨୦୨୪:ବ୍ରହ୍ମପୁରର ପ୍ରଥମ ମେୟର ଏବଂ ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିଵଶଙ୍କର ଦାଶ(ପିଣ୍ଟୁଦାଶ)ଙ୍କ ଚଳିତ ନିର୍ବାଚନରେ ଧୂଆଁଧାର ନିର୍ବାଚନୀ ପ୍ରଚାର ବିରୋଧୀଙ୍କୁ ଘାଇଲା କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ।ବ୍ରହ୍ମପୁରରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଓ ତାର ସମାଧାନ ପନ୍ଥା’କୁ ସିଧାସଳଖ ଟାର୍ଗେଟ କରୁଥିବା ଅଭିଜ୍ଞ ରାଜନେତା ଶିଵଶଙ୍କର ଦାଶ ସହରରେ ବିଭିନ୍ନ ସାହି ଓ ଗଳିରେ ତାଙ୍କ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଶ୍ରୀଯୁକ୍ତ ଦାଶଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଶା ଦାଶ ମଧ୍ୟ ନିଜ ସାଥିରେ ଥିବା ମାତୃଶକ୍ତି ତଥା ମହିଳା ସଙ୍ଗଠନକୁ ସାଙ୍ଗରେ ନେଇ ମାରାଥନ ପ୍ରଚାର ଜାରି ରଖିଛନ୍ତି। ଆଜି ପ୍ରବଳ ବର୍ଷା ହେଉଥିବା ସ୍ଥଳେ ବ୍ରହ୍ମପୁରର ବିଭିନ୍ନ ପ୍ରମୁଖ ସ୍ଥାନରେ ମାଠିଆ ଚିହ୍ନର ଜୋରଦାର ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଥିଲା। ଦମଦାର ପ୍ରଚାର ଏବଂ ପ୍ରାର୍ଥୀଙ୍କ ଦକ୍ଷତା ଯୋଗୁଁ ସହରବାସୀ ଙ୍କ ଅଧିକ ବିଶ୍ୱାସଭାଜନ ହୋଇପାରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ଶ୍ରୀଯୁକ୍ତ ଶିଵଶଙ୍କର ଦାଶ(ପିଣ୍ଟୁ) ଏବଂ ତାଙ୍କ ଚିହ୍ନ “ମାଠିଆ ଚିହ୍ନ”।

LEAVE A REPLY

Please enter your comment!
Please enter your name here