ପରଲୋକରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତ

0
232

ଭୂବନେଶ୍ୱର,୨୬/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶିଶୁରୋଗ ଚିକିା ବିଜ୍ଞାନରେ ସେ ବେଶ ସିଦ୍ଧହସ୍ତ ଥିଲେ । ଡାକ୍ତର ରାଉତ ଝାଡ଼ଖର ଟାଟାନଗରରେ ଥିବାବେଳେ ଗରିବ ପରିବାରର ଶିଶୁଙ୍କୁ ମାଗଣାରେ ଚିକିା ସେବା ଯୋଗାଇ ବେଶ୍ ପ୍ରଶଂସା ସାଉଁଟିଥିଲେ ।ଜାମସେଦପୁର ଅଞ୍ଚଳରେ ଜଣେ ଦକ୍ଷ ଶିଶୁରୋଗ ବିଶେଷଜ୍ଞ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଡାକ୍ତର ରାଉତ କେନ୍ଦ୍ରାପଡ଼ା ଜିଲ୍ଲା ପାମୁାଇ ବ୍ଲକ ଅନ୍ତର୍ଗତ ବାଲୁରିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା ଆର.କାର୍ତ୍ତିକେୟନଙ୍କ ପିତା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଶ୍ୱଶୁର ଅଟନ୍ତି । ତାଙ୍କ ମୃତ୍ୟୁରେ ଜାମସେଦପୁର, ଟାଟାନଗର ଓ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।ଡାକ୍ତର ରାଉତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ରେ ଚିକିିତ ହେଉଥିଲେ ।

LEAVE A REPLY

Please enter your comment!
Please enter your name here