ଆରକ୍ଷୀ ଙ୍କ ଦୁଆରେ ନ୍ୟାୟ ଭିକ୍ଷାକଲେ ପିଡୀତା ଙ୍କ ମାଆ

0
304

 

ଦିଗପହଣ୍ଡି:୨୬/୦୫/୨୦୨୦(ବ୍ୟୁରୋ ରିପୋର୍ଟ)
ମୋ ଝିଅକୁ ଧର୍ଷଣ ପରେ ହତ୍ୟା ହୋଇଥିବା ଅଭିଯୋଗ କଲେ ମୁତ୍ଯୁ ଯୁବତୀ ଙ୍କ ମାଆ ।ଗତ ୧୦ /୦୫/୨୦୨୦ ରିଖ ସକାଳ ପ୍ରାୟ ୧୦ ଘଣ୍ଟ ସମୟ ରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କେ ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମ ରେ ଜଣେ ଯୁବତୀ ଙ୍କ ଶବ କୁ ଗ୍ରାମ ର ନଦୀ କୂଳ ରୁ ପାଇବା ପରେ ପୋଲିସ କୂ ଖବର ଦେଇ ଥିଲେ। ପୋଲିସ୍ ପହଞ୍ଚିବା ରେ ଅନ୍ତତଃ ୪ଘଣ୍ଟା ଡେରି କରିଥିଲେ।ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଓ ନୂଆଗାଁ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ବ୍ୟବ ଛେଦ ପାଈଁ ପଠାଇ ନିଜ ଦାୟିତ୍ୱ ସରାଇଦେଲେ ।ସେମାନେ ସାଥିରେ ସାଇଣ୍ଟିଫିକ ଟିମ ମଧ୍ୟ ନେଇ ନ ଥିବା ଯୋଗୁଁ ସାଧାରଣ ରେ ଏହା କି ପ୍ରକାର ତଦନ୍ତ ବୋଲି ପ୍ରଶ୍ନ ଉଠିଛି। ଘଟଣା ଘଟିବା ର ଦୀର୍ଘ ୧୫ ଦିନ ବିତି ଯାଇ ଥିଲେ ମଧ୍ୟ କେ ନୁଅଗାଁ ପୋଲିସ କୌଣସି ଆଖି ଦୃଷ୍ଠିଆ ପଦକ୍ଷେପ ନେବା ଦୂରର କଥା ବ୍ୟବଛେଦ ରିପୋର୍ଟ ଆସିଲେ ଜଣା ପଡିବ ବୋଲି ସଫେଇ ଦେଇ ହାତ ଯୋଡ଼ି ବସିଯାଇଛି। କୌଣସି କାର୍ଯାନୁଷ୍ଠାନ ନ ହେବା ଯୋଗୁଁ ଆଜି ଜିଲ୍ଲା ଆରକ୍ଷୀ ଅଧକ୍ଷ ପିନାକୀ ମିଶ୍ର ଙ୍କ ଅନୁପସ୍ଥିତି ରେ ଏ ଏସପି ପ୍ରଭାତ ରାଉତରାୟ ଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତ ଙ୍କୁ ଗିରଫ୍ କରିବା ସହ ନ୍ୟାୟ ପ୍ରଦାନ କରନ୍ତୁ ବୋଲି କହି ଥିଲେ ।ଗରିବ ମାଇପ ସବୁରି ଶାଳୀ ନ୍ୟାୟ ରେ ଏଠାରେ ପୋଲିସ କଣ କାର୍ଯ୍ୟାନୁସରଣ କରିବ ଆମକୁ ଜଣା ବୋଲି କାନ୍ଦ ଭରା କଣ୍ଠରେ ଉତ୍ତର ରଖିଛନ୍ତି ମୃତ ପ୍ରମୋଦିନୀ ଙ୍କ ମାଆ।ଏହି ଦେଖାଳି,ବୋମକେଇ ଅଞ୍ଚଳ ପୁରା ଅଶାନ୍ତ ହୋଇପଡ଼ିଛି।ଏଠାରେ ବେଆଇନ ମଦ,ଡକାୟତି, ଚୋରି ଚାଲିଥିଲେ ମଧ୍ୟ ପୋଲିସ ଚୁପ ,ଯେପରି ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବା କିଏ ନୀତି ରେ ନୂଆଗାଁ ପୋଲିସ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ସୁରକ୍ଷା ଦେଉଛନ୍ତି ଚିକିଟି ଏସଡିପିଓ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ।ଯଦି ଏଠାରେ ନିରୀହ ଝିଅ ବୋହୂ ଙ୍କୁ ନ୍ୟାୟ ନ ଦେବା ଯୋଗୁଁ ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଉଙ୍ଗୁଳି ନିର୍ଦ୍ଧେଶ ହେଉଛି ତେଣୁ ଏହିପରି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କୁ ତୁରନ୍ତ ବିଦା କରାଯାଉ ବୋଲି ସାଧାରଣ ଜନତା ସ୍ୱର ଉତ୍ତୋଳନ କରିଛନ୍ତି।

LEAVE A REPLY

Please enter your comment!
Please enter your name here