ବ୍ରହ୍ମପୁର ସାଉଥକୋ ୟଟିଲିଟି ବିଜୁଳି କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ

0
143

 

ବ୍ରହ୍ମପୁର,୦୧/୦୬/୨୦୨୦(ବ୍ୟୁରୋ ରିପୋର୍ଟ)ବିଶ୍ୱରେ କରୋନା ଭୁତାଣୁ ସମସ୍ତଙ୍କୁ ଆତଙ୍କିତ କରିଛି । କରୋନା ସଂକ୍ରମଣ ଓ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆମ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଡ଼ି ବଡ଼ି ଚାଲିଛି । ଗୋଟେ ପଟେ ଲୋକେ କରୋନାରେ ଭୟଭୀତ ହୋଇଥିବା ବେଳେ ଅନ୍ୟ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଭୟ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଣ ନେଇ ବ୍ରହ୍ମପୁର ସାଉଥକୋ କର୍ମଚାରୀଙ୍କ ଉଦ୍ୟମ ସାଧାରଣରେ ସନ୍ତୋଷ ପ୍ରକାଶ । କରୋନା ମହାମାରୀ ବିରୁଦ୍ଧରେ ସ୍ବାସ୍ଥ୍ୟ କର୍ମୀଙ୍କ ଭଳି ନିଜ ଜୀବନକୁ ବାଜି ଲଗାଇ ସାଉଥକୋ କର୍ମଚାରୀ ଯେପରି ଭାବେ କାର୍ଯ୍ୟ କରୁଛନ୍ତି ତାହା ସର୍ବସାଧାରଣରେ ପ୍ରଶଂସନୀୟ । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ନିଜ ପରିବାର କଥା ଚିନ୍ତା ନକରି ନିଜ ଜୀବନକୁ ବାଜି ଲଗାଇ ନିଜ ନିଜର କର୍ତ୍ତବ୍ୟ କରି କରୋନା ଯୋଦ୍ଧା ପାଲଟିଛନ୍ତି । ଏମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । ଆଜି ସନ୍ଧ୍ୟା ୫:୩୦ ଘଣ୍ଟା ସମୟରେ କର୍ପୋରେସନ ରୋଡ଼ ସ୍ଥିତ ସାଉଥକୋ କାର୍ଯ୍ୟାଳୟ ପରିସରରେ ବିଜୁଳି କର୍ମଚାରୀଙ୍କୁ ସ୍ବେଚ୍ଛାସେବୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଶୁଭେଚ୍ଛା ଜଣାଇବା ସହିତ ମାସ୍କ, ସାନିଟାଇଜ୍, ଉପଢ଼ୌକନ ଦିଆଯିବା ସହ ପୁଷ୍ପପୁଷ୍ଟି କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଅନନ୍ତ ରାମ ପ୍ରଧାନ, ବିଜେପି କର୍ମୀ ମଧୁସୂଦନ ସାହୁ, ରମେଶ ଚନ୍ଦ୍ର ପାଣିଗ୍ରାହୀ, ଦେବୀ ପ୍ରସାଦ ପାଢ଼ୀ, ବ୍ରଜେନ୍ଦ୍ର ଚୌଧୁରୀ, ସୁଶୀଳା ମାଲିକ, ସୁଜାତା ବିଷୋୟୀ, ଲକ୍ଷ୍ମୀ ବେହେରା, ବବିତା ପତ୍ର, ନିବେଦିତା ପାଢ଼ୀ ପ୍ରମୁଖ ଯୋଗଦେଇ ବ୍ରହ୍ମପୁରର ୩ଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ, ଲାଇନ୍ ମେନ୍ ଏବଂ ତାଙ୍କ ସହାୟକ ମାନଙ୍କୁ କରୋନା ଯୋଦ୍ଧା ଭାବେ ପ୍ରାୟ ୫୦ରୁ ଉର୍ଦ୍ଧ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଜାତୀୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here