କିଆବୁଦା ମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ

0
156

 

ଗଞ୍ଜାମ,୦୫/୦୬/୨୦୨୦(ଟୁକୁନା ପ୍ରଧାନ)-: ମାଆ ଲାଗି ଅଲୋଡ଼ା ସାଜିଲା ନବ ଜାତଶିଶୁ । ଏକ କିଆବୁଦା ମୂଳରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ ।ମାଆର ବାତ୍ସଲ୍ୟ ଯେ ନିଜର ଜନ୍ମିତ ଶିଶୁପାଇଁ ଅଲୋଡ଼ା ହୋଇପାରେ ଏହି ଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ସହରରେ ।
ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ବ୍ୟାଙ୍କ କଲୋନୀ ପଛସାହି ଆଇଟିଆଇ ନିକଟ ଏକ କିଆବୁଦା ମୂଳରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ଛତ୍ରପୁର ସହରର ଦାଶରଥୀ ପଟ୍ଟନାୟକ ଙ୍କ ପରିବାର ସବୁଦିନେ କିଆଫୁଲ ତୋଳିବାକୁ ଯାଉଥିବା ବେଳେ ଆଜି ତାଙ୍କ ଝିଅ ଦମୟନ୍ତି ନାୟକ କିଆଫୁଲ ତୋଳିବାବେଳେ ଶୁଣିବାକୁ ପାଇଥିଲେ ଏକ ଶିଶୁର କ୍ରନ୍ଦନ । ଦେଖିଲାବେଳକୁ ନବଜାତ ଶିଶୁଟି କାନ୍ଦୁଥିବା ଦେଖି ଚିକିତ୍ସା ପାଇଁ ନେଇଥିଲେ ଛତ୍ରପୁର ମେଡ଼ିକାଲକୁ । ଖବର ପାଇ ଛତ୍ରପୁର ସିଡିପିଓ କ୍ରୀଷ୍ଣ ନନ୍ଦ ପହଞ୍ଚି ଶିଶୁର ସ୍ୱାସ୍ଥ୍ୟଵସ୍ଥା ପଚାରିବୁଝିଥିଲେ । ଚାଇଲ୍ଡ ହେଲ୍ପ ଲାଇନର ତପେଇ ସାହୁ, ଏନ.ପ୍ରକାଶ ପହଁଚି ଅଧିକ ଚିକିତ୍ସାପାଇଁ ବ୍ରହ୍ମପୁର ମେଡ଼ିକାଲ ନେଇଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here