ଅଲେଖ ଚୌଧୁରୀଙ୍କ ବିୟୋଗରେ ଶୋକସଭା

0
129

 

ବ୍ରହ୍ମପୁର,୦୫/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ଏବଂ “ଜାତୀୟ ସଙ୍ଗୀତ କଳା କେନ୍ଦ୍ର”ର ମିଳିତ ଆନୁକୁଲ୍ୟରେ ସଂସ୍କୃତିପ୍ରାଣା ବ୍ୟକ୍ତିତ୍ଵ ଅଲେଖ ଚୌଧୁରୀଙ୍କ ବିୟୋଗରେ ଏକ ଶୋକସଭା କଳା କେନ୍ଦ୍ର ପରିସରସ୍ଥ “ଭଞ୍ଜମଣ୍ଡପ” ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ସଭାପତି ସୁବାସ ଚନ୍ଦ୍ର ସାହୁ ମାମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଜାତୀୟ ସଙ୍ଗୀତ କଳା କେନ୍ଦ୍ରର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ, ସଂଘ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସହ ସମ୍ପାଦକ ବଳଦେବ ସାହୁ, ନାଟ୍ୟକାର କୃଷ୍ଣ ଚନ୍ଦ୍ର ପଣ୍ଡା, ଚିତ୍ରଶିଳ୍ପୀ ନୀଳାଚଳ ମହାରଣା ପ୍ରମୁଖ ସ୍ବର୍ଗତ ଚୌଧୁରୀଙ୍କ ସ୍ମୃତି ଚାରଣ ପୂର୍ବକ ସେ ଜଣେ ଅମାୟିକ, ନିଃସ୍ୱାର୍ଥପର ସମାଜସେବୀ, ଧୂରିଣ ରାଜନୀତିଜ୍ଞ ତଥା ସୁନାମଧନ୍ୟ ସଂସ୍କୃତିପ୍ରାଣା ବ୍ୟକ୍ତିତ୍ଵ ଥିଲେ ଏବଂ ତାହାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିବା ବିଷୟ ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ସର୍ବପ୍ରଥମେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଉଭୟ ସଂସ୍ଥାର ବହୁ ସଦସ୍ୟ – ସଦସ୍ୟା ସାମାଜିକ ଦୂରତ୍ବ ରକ୍ଷା ସହ ଦିବଂଗତ ଆତ୍ମାପ୍ରତି ନିଜ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଲକ୍ଷ୍ମୀ ନାରାୟଣ ସାମଲ, ମହେନ୍ଦ୍ର ସାହୁ, କୁନୁ ବେହେରା, ଭଗବାନ ସାମଲ, ନୀଳମାଧବ ଜେନା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here