ଠୁରୁବୁରାଇ ଉତ୍କଳ ଗ୍ରାମୀଣ ବ୍ଯାଙ୍କ ଲୁଟି ଉଦ୍ଯମ ବିଫଳ

0
178

 

ଶେରଗଡ,୧୭/୦୬/୨୦୨୦: ଶେରଗଡ ବ୍ଲକ ର ଠୁରୁବୁରାଇ ଉତ୍କଳ ଗ୍ରାମ୍ଯ ବ୍ଯାଙ୍କ ଡକାୟତି ଉଦ୍ୟମ ବିଫଳ ।ଗତକାଲି ବିଳମ୍ବିତ ରାତି ରେ କେତେକ ଦୁବୃତ୍ତ ଏହି ବ୍ଯାଙ୍କ ର ମୂଖ୍ୟ ଫାଟକ ଭାଙ୍ଗି ବ୍ଯାଙ୍କ ଭିତରେ ପଶିଥିଲେ ତେବେ ଲକର ଖୋଲିନପାରି ଟଙ୍କା ସୁନା ଲୁଟ୍ କରିବାରେ ବିଫଳ ହୋଇଛନ୍ତି।ଆଜି ସକାଳ ବ୍ଯାଙ୍କ ର ଶାଖା ପରିଚାଳ ଙ୍କ ଠାରୁ ଖବର ପାଇ ଆସିକା ଏସ୍ ଡି ପି ଓ ସୂର୍ଯ୍ୟମଣି ପ୍ରଧାନ ଓ ହିଞିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ
ଦାସ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁରସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।ହିଞ୍ଜଳିକାଟୁ ଥାନରେ ଏ ସଂପର୍କ ରେ ୨୦୫/୨୦ ଏକ ମାମଲା ରୁଜୁ ହୋଇଛି ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here