ବୁଗୁଡା ଗସ୍ତରେ ଗଞ୍ଜାମ ଜିଲ୍ଲାପାଳ

0
142

 

ବୁଗୁଡା, ୧୭/୦୬/୨୦୨୦: ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ବୁଧବାର ଦିନ ବୁଗୁଡା ଗସ୍ତରେ ଆସି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବୁଗୁଡ଼ାରେ ଦିବା ପ୍ରାୟ ୧୦ ଟା ସମୟରେ ପହଁଞ୍ଚି ପ୍ରାଣୀଧନ ଚିକିତ୍ସାଳୟ ପାର୍ଶ୍ଵରେ ଓହ୍ଲାଇ ଥିଲେ। ସେଠାରେ ବଜାରରେ ଜନସାଧାରଣ ସାମାଜିକ ଦୂରତା ବଜାୟ ରଖିନଥିବା ଏବଂ ବେପାରୀ ଓ ଲୋକମାନେ ମାସ୍କ ପିନ୍ଧିନଥିବା ଦେଖି ଏଥି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ବୁଦ୍ଧଖୋଲ ରାସ୍ତରେ ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ତତ୍ ସଙ୍ଗେ ବର୍ତ୍ତମାନ ଚାଲିଥିବା ଥର୍ମାଲ ସ୍କ୍ରିନିଂ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ କୌଣସି ବ୍ୟକ୍ତି ସନ୍ଦେହ ଘେରକୁ ଆସିଲେ ସ୍କୁଲ ବ୍ୟତୀତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ଅନ୍ୟାନ୍ୟ ସ୍ଥାନରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ: ଅନିଲ୍ କୁମାର ମହାରଣା

LEAVE A REPLY

Please enter your comment!
Please enter your name here