ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତର ପୁରୁଣା ପଞ୍ଚାୟତ ଗୃହର ପୁନରୁଦ୍ଧାର କରିବାକୁ ଦାବି ।

0
248

 

ଗଞ୍ଜାମ,୨୯/୦୬/୨୦୨୦(ଟୁକୁନା ପ୍ରଧାନ) – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତର ପୁରୁଣା ପଞ୍ଚାୟତ ଗୃହର ପୁନରୁଦ୍ଧାର କୁ ନେଇ ଉଠିଛି ପ୍ରଶ୍ନ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ପଞ୍ଚାୟତ ଅଫିସ କୁ ଅର୍ଦ୍ଧ ନିର୍ମିତ କରି ଛାଡ଼ିଦେବା କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ଅନ୍ୟତ୍ର ନୁଆଁ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । କାହିଁକି ଓ କେଉଁ ପରିସ୍ଥିତିରେ ସରକାରୀ ଟଙ୍କାକୁ ଅପବ୍ୟବହାର କରି ଛାଡ଼ି ଦିଆଗଲା ତାହା ଜନ ସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ପୁଣି ଥରେ ପୁରୁଣା ପଞ୍ଚାୟତ ଅଫିସ କୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here