ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା ଗସ୍ତ, ଚାଳକ ମୃତ୍ୟୁ

0
24

ଛତ୍ରପୁର,୦୬/୦୫/୨୦୨୪: ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ କାର୍‌ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଜଣକ ହେଲେ ରଘୁନାଥପୁର ଗ୍ରାମର ଜି. ନାଗେଶ୍ୱର ରେଡ୍ଡୀ(୪୩) ବୋଲି ଜଣାପଡିଛି lମିଳିଥିବା ସୂଚନା ମୁତାବକ, ନାଗେଶ୍ୱର ଆଜି ପୂର୍ବାହ୍ନରେ ଏକ କାର(ନଂ.ଓଡ଼ି୦୭କ୍ୟୁ-୧୦୦୨) ଯୋଗେ ଭୁବନେଶ୍ୱରରୁ ଗାଁ ଆସୁଥିଲେ।ତେବେ ଟାଟାଗେଟ୍‌ ନିକଟ ରେ କାରଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳ ରେ ନାଗେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚମାଖଣ୍ଡି ଥାନା ଏସ୍‌ଆଇ ଅଭିଜିତ ସାମଲ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ। ଏନେଇ ଚମାଖଣ୍ଡି ଥାନା ପୋଲିସ ଏକ ମାମଲା(ନଂ.୧୮୨/୨୦୨୪) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here