ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବେଗୁନିଆପଡ଼ା ଗ୍ରାମ ସିଦ୍ଧେଶ୍ଵର କଲୋନୀ ର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଦ କଲା

0
149

 

ଗଞ୍ଜାମ, ୨୯/୦୬/୨୦୨୦ ( ଟୁକୁନା ପ୍ରଧାନ) – :ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବେଗୁନିଆପଡ଼ା ଗ୍ରାମ ସିଦ୍ଧେଶ୍ଵର କଲୋନୀ ର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଧ୍ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଉକ୍ତ ଗ୍ରାମ ର ଜଣେ ନାବାଳିକା ଝିଅ ମିଲି (ଛଦ୍ମନାମ ୧୭ ) ତାହାର ବାହାଘର ତିରିଡା ଗ୍ରାମର ଜୈନକ ଯୁବକ ସହିତ ଠିକ୍ ହୋଇଥିଲ। ଆଜି ସନ୍ଧ୍ୟାରେ ତାହାର ବିବାହ ହୋଇଥାନ୍ତା । ଏଥି ନିମନ୍ତେ ଭୋଜିଭାତ ନିମନ୍ତେ ବନ୍ଧୁ ବାନ୍ଧବ ଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା । ଏବଂ ବିବାହ ନିମନ୍ତେ ଝିଅ ମଧ୍ଯ ପୁଅ ଘରକୁ ପଳାଇ ଥିଲା କିନ୍ତୁ କୌଣସି ସୂତ୍ର ରୁ ଖବର ପାଇ ସି ଡି ପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ , ବେଗୁନିଆପଡ଼ା ଫାଣ୍ଡି ପୋଲିସ ର କର୍ମକର୍ତ୍ତା, ପରିଦର୍ଶିକା ରଞ୍ଜିତା ବିଶୋୟୀ, ଅଙ୍ଗନୱାଡି କର୍ମୀ ଅହଲ୍ୟା ଦେବୀ, ଗ୍ରାମ ଭଦ୍ରବ୍ୟକ୍ତି ପ୍ରମୂଖ, ତିରିଡା ଗ୍ରାମରେ ପୁଅ ଘରେ ପହଂଚି ବୟସ ହୋଇନାହିଁ ବୋଲି କହି ବିବାହ ବନ୍ଦ କରିବା ପାଇଁ କହିବା ସହ ଝିଅ ଏବଂ ପୁଅ ର ଅଭିଭାବକ ଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର ଦସ୍ତଖତ କରି ନେଇଛନ୍ତି l ସେପଟେ ବର ପକ୍ଷରୁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଏହି ଘଟଣା ପରେ ସମସ୍ତେ ଚିନ୍ତାଗ୍ରସ୍ତ ହେବା ସହ ଝିଅ କୁ ବୟସ ହୋଇସାରିବା ପରେ ସେ ସେଇଠାରେ ହିଁ ବିବାହ କରିବା ପାଇଁ ସ୍ଥିର ହୋଇଛି l ଏବଂ ଝିଅ କୁ ତା ବାପା ଘରକୁ ପଠାଇ ଦିଆଗଲା ବୋଲି ସି ଡି ପି ଓ ଶ୍ରୀମତୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here