ପ୍ରଧାନଶିକ୍ଷକ ଗିରଫ, ବଜ୍ରକାପ୍ତା ଚୋରା ଚାଲାଣର ଥିଲେ ମାଷ୍ଟର ମାଇଣ୍ଡ

0
129

 

ଆଠଗଡ,୦୧/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଆଠଗଡ ବଜ୍ରକାପ୍ତା ଚୋରା ଚାଲାଣର ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ଆଠଗଡ଼ ବନବିଭାଗ। ଗିରଫ ଅଭିଯୁକ୍ତ ଜଣଙ୍କ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ । ଅଭିଯୁକ୍ତ ଶ୍ୟାମସୁନ୍ଦର ବେହେରାଙ୍କ ଘର ବଡ଼ମ୍ବା ଅଞ୍ଚଳରେ ବୋଲି କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା।

ବଜ୍ରକାପ୍ତା ଚୋରା ଚାଲାଣ ରାକେଟ
୫ଜଣଙ୍କୁ ଅନୁଗୋଳ ରୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତମାନଙ୍କଠାରୁ ଏହି ମାଷ୍ଟର ମାଇଣ୍ଡଙ୍କ ବିଷୟରେ ସୁରାକ ପାଇଥିଲା ତଦନ୍ତକାରୀ ଟିମ୍ । ଅଭିଯୁକ୍ତର ଫୋନ୍ ଟ୍ୟାପିଂ କରି ତାକୁ ଧରିବାକୁ ଚେଷ୍ଟା କରିବାବେଳେ ଅଭିଯୁକ୍ତ ବାରମ୍ବାର ସିମ୍ ବଦଳାଇ ଚକମା ଦେଇ ଫେରାର ହୋଇଯାଉଥିଲା।

ଶେଷରେ ସାଇବର ପୋଲିସ ସହାୟତାରେ ମାଷ୍ଟର ମାଇଣ୍ଡକୁ ଢେଙ୍କାନାଳରୁ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ଅଧିକ ତଥ୍ୟ ହାସଲ ନିମନ୍ତେ ଜେରା କରିସାରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here