ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା । ପରୀକ୍ଷାର୍ଥୀଙ୍କୁ ଆଉ ଦେବାକୁ ପଡିବନି ବଳକା ଥିବା ପରୀକ୍ଷା। ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ

0
150

 

ଭୂବନେଶ୍ୱର, ୦୧/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଲକ୍ ଡାଉନ ଯୋଗୁଁ ୪ଟି ଷ୍ଟ୍ରିମ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଧାମୂଳକ ପାଠ୍ୟକ୍ରମର ୨୩ଟି ପରୀକ୍ଷା ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କରୋନାର ସ୍ଥିତିକୁ ଦେଖି ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଛି ଗଣଣିକ୍ଷା ବିଭାଗ । ରାଜ୍ୟରେ ଯୁକ୍ତ ଦୁଇର ବଳକା ଥିବା ପରୀକ୍ଷା ବାତିଲ କରିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ପ୍ରଦାନ । ବିଜ୍ଞାନ, ବାଣିଜ୍ୟ ଓ କଳାର ବାକିଥିବା ପରୀକ୍ଷା ବାତିଲ, ଧନ୍ଦାମୂଳକ ଶିକ୍ଷାର ମଧ୍ୟ ପରୀକ୍ଷା ବାତିଲ, ୪ଟି ବିଭାଗର ମୋଟ୍‌ ୨୩ଟି ବିଷୟର ପରୀକ୍ଷା ବାତିଲ, ବେଷ୍ଟ୍‌ ୨, ୩ ଆଧାରରେ ପ୍ରକାଶ ପାଇବ ରେଜଲ୍ଟ।

LEAVE A REPLY

Please enter your comment!
Please enter your name here