ଗଞ୍ଜାମ ରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ,ଏଥିପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ –ଗଞ୍ଜାମ ଜିଲ୍ଲା କଂଗ୍ରେସ

0
232

 

 

ବ୍ରହ୍ମପୁର,୦୩/୦୭/୨୦୨୦(ହିମାଶୁଂ ଶେଖର ସାବତ) ଗଞ୍ଜାମ ରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ, ସରକାର ଓ ପ୍ରଶାସନ ର ଭୁଲ ନୀତି ପାଇଁ ଗଞ୍ଜାମ ବାସୀ କରୋନା ମହାମାରୀ ର ଗର୍ଭ ଭିତରକୁ ଆସ୍ତେ ଆସ୍ତେ ଚାଲି ଯାଉଛନ୍ତି l ପ୍ରଥମ ଅବସ୍ଥା ରେ କରୋନା ଠାରୁ ମୁକ୍ତ ଥିବା ଗଞ୍ଜାମ ଜିଲ୍ଲା, ରାଜ୍ୟ ସରକାର ଙ୍କ ଭୁଲ ପ୍ରବାସୀ ନୀତି ଯୋଗୁ ଆଜି ରାଜ୍ୟ ରେ ସଂକ୍ରାମଣ ଓ ମୃତ୍ୟୁ ରେ ଏକ ନମ୍ବର ହୋଇଛି l ସରକାର ଓ ପ୍ରଶାସନ ରୋଗୀ ଓ ରୋଗ କୁ ମୁକାବିଲା କରିବା ପ୍ରତି ବଦଳରେ ଲୋକଙ୍କୁ ଜରିମନା ଆଦାୟ ରେ ଅଧିକ ସମୟ ଦେଲେ, କୋବିଡ ହସ୍ପିଟାଲ ରେ ସାମାନ୍ୟ ସୁବିଧା ନାହିଁ l କେବଳ ତାଲା ବନ୍ଦ ରେ ସରକାର ଅଧିକ ବିଶ୍ୱାସ କଲେ l ଆଜି ମଧ୍ୟ ଜିଲ୍ଲା ରେ ଆଶା ଅନୁରୂପ ପରୀକ୍ଷା କରା ଯାଉନାହିଁ l ରୋଗୀଙ୍କୁ ଯେତେବେଳେ ହସ୍ପିଟାଲ ରୁ ଡିସଚାର୍ଜ କରାଯାଉଛି, ପୁନଃ ପରୀକ୍ଷା କରାଯାଉ ନାହିଁ lତାଲା ବନ୍ଦ ନେଇ ଯେଉଁ ସାପ୍ତାହିକ କଟକଣା ରହିଛି, ତାହା ଏକ ଏକ ଭୁଲ ନିଷ୍ପତି, ଏତେ ବଡ଼ ସହରକୁ ଜୋନ ସ୍ତରୀୟ ଭାଗ ନ କରି,ଏକ ନିଧିଷ୍ଟ ସମୟରେ ଦୋକାନ ବଜାର ଖୋଲିବା କୁ କହିବା ଫଳରେ ଯେଉଁ ଗହଳି ହେଉଛି ତାହା କରୋନା ସଂକ୍ରାମଣ କୁ ଟାଣି ଆଣୁଛି l ଡାକ୍ତର ଓ ନର୍ସ ମାନଙ୍କୁ ଉପଯୁକ୍ତ ସୁବିଧା ଯୋଗାଇବା ରେ ଜିଲ୍ଲା ପ୍ରଶାସନ ଓ ସରକାର ବିଫଳ ହୋଇଛି l ଏଥି ନେଇ ସେମାନେ ମଧ୍ୟ ଆନ୍ଦୋଳନ କରିଛନ୍ତି l
ଅତଏବ ଏବେ ମଧ୍ୟ ସରକାର,ପ୍ରଶାସନ, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି ଙ୍କୁ ବିଶ୍ୱାସ କୁ ନେଇ ଜିଲ୍ଲା ର ବିଗିଡି ଯିବାକୁ ବସିଥିବା ସ୍ଥିତି କୁ ସୁଧାରନ୍ତୁ, ସରକାର ଯୁଦ୍ଧ କାଳୀନ ଭିତ୍ତିରେ ପରୀକ୍ଷା କୁ ଗୁରୁତ୍ୱ ଦିୟନ୍ତୁ ବୋଲି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଅଭିଯୋଗ କରିଛନ୍ତି l

LEAVE A REPLY

Please enter your comment!
Please enter your name here