କୋଦଳା ସହର ର ପ୍ରବେଶ ପଥ ସିଲ୍, ଅମାନିଆ ଗାଡି ଚାଳକ ଙ୍କ ଠାରୁ ଫାଇନ ଆଦାୟ, କୋଦଳା ପୋଲିସ୍ ପକ୍ଷରୁ ତନ୍ନ ତନ୍ନ କରି ଚାଲିଛି ଯାଞ୍ଚ

0
219

 

ଗଞ୍ଜାମ,୦୩/୦୭/୨୦୨୦ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ସାରା ଜିଲ୍ଲାରେ ଗାଡି ମୋଟର ବନ୍ଦ ନିମନ୍ତେ ଟ୍ଵିଟ କରି ସୂଚନା ଦେଇଛନ୍ତି । ଏହାକୁ ନେଇ ଗଞ୍ଜାମ ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ଥାନା ପକ୍ଷରୁ ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଏସ୍ଆଇ ଅନିଲ କୁମାର ସାହୁ, ଆରତି ବେହେରା, ଏ ଏସ୍ ଆଇ ମହେଶ୍ଵର ବେହେରା, ଏସ. ଭାସ୍କର ରାଓଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ନିୟୋଜିତ ହୋଇ ସହରର ସମସ୍ତ ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍ କରିଛନ୍ତି । ଏହା ସହିତ କୋଦଳା, ମଠସରସିଙ୍ଗି, ବାଦପଲ୍ଲୀ, ଫାସୀ, ପରିବା ବଜାର, ଦିଗାପଡା ରୋଡ଼ ଓ କଞ୍ଚଣା, ସବ୍ ଜେଲ୍ ରୋଡ ସମେତ ପ୍ରତି ଛକ ମାନଙ୍କରେ ବ୍ୟାରିକେଡ ନିର୍ମାଣ କରାଯାଇଛି । ଯାତାୟାତ କରୁଥିବା ସମସ୍ତ ବାଇକ ଏବଂ କାର ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । କେବଳ ଜରୁରିକାଳୀନ ସେବା ସହିତ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ସେମାନଙ୍କ ପରିଚୟ ପତ୍ର ଦେଖି ଛଡା ଯାଉଛି । ଏତଦ ବ୍ୟତୀତ ଯେଉଁମାନେ ଅମାନିଆ ଭାବରେ କୌଣସି କାର୍ଯ୍ୟ ନଥାଇ ଘରୁ ବାହାରିଛନ୍ତି ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବା ସହ ପୁଣି ଘରୁ ନ ବାହାରିବା ପାଇଁ ତାଗିଦ କରାଯାଇଛି ।ଏଥିସହିତ ଦିନତମାମ ପେଟ୍ରୋଲିଂ କରୁଥିବା ର ମଧ୍ଯ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here