ଜାତୀୟ ସ୍ତରରେ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷିତ ହିଞ୍ଜିଳିକାଟୁ ରେ ନିର୍ମିତ କ୍ଷୁଦ୍ର ଚଳଚିତ୍ର “ଅଭିଳାଷ”

0
233

 

ବ୍ରହ୍ମପୁର,୦୩/୦୭/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ସଂକ୍ରମଣ ବେଳେ ଲକ୍ ଡାଉନ୍ ସଚେତନତା ବାର୍ତ୍ତା ବହନ କରିଥିବା କ୍ଷୁଦ୍ର କଳାତ୍ମକ ଚଳଚିତ୍ର “ଅଭିଳାଷ” Bengal lockdown national online film fastival ରେ ଜାତୀୟ ସ୍ତରରେ best film award ପ୍ରାପ୍ତ କରିଛି କଳାକାରଙ୍କ ନିଖୁଣ ଅଭିନୟ ଓ ଉଚ୍ଚକୋଟୀର ଚିତ୍ର ଭଜନ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ପ୍ରାପ୍ତ ସାଜିଛି
ଉଲେଖନୀୟ କଥା ଟି ହେଲା ଏହି ଚଳଚିତ୍ର ଟି ହିଞ୍ଜିଳିକାଟୁ ଓ ତାହାର ଆଖ ପାଖ ଅଞ୍ଚଳ ରେ ନିର୍ମାଣ କରାଯାଇଛି ହିଞ୍ଜିଳିକାଟୁ କଳା ଓ ନୃତ୍ୟ ଗବେଷଣା କେନ୍ଦ୍ର ନୃତ୍ୟମ ର ମୁଖ୍ୟ ସଂଚାଳକ ଗୁରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ବରିଷ୍ଠ ନିର୍ଦ୍ଦେଶନା ଓ ବହୁଦିନ ର ପରିଶ୍ରମ ର ଫଳ ସ୍ୱରୂପ ହିଞ୍ଜିଳିକାଟୁ ର ଏକ ନୂତନ ପରିଚୟ ଜାତୀୟ ସ୍ତର ରେ ସୃଷ୍ଟି କରିଛି Bengal lockdown National Online Film Festival ର unity category ,best film ଓ best social massage ମୋମୋନିତ ପ୍ରକ୍ରିୟା ରେ ଥିଲା ଭାରତ କୋଣ ଅନୁକୋଣ ରୁ ବହୁ ଚଳଚିତ୍ର ନିର୍ମାତା ଙ୍କୁ ପଛରେ ପକାଇ ହିଞ୍ଜିଳିକାଟୁ ର “ଅଭିଳାଷ” ଚଳଚିତ୍ର ଟି ଶ୍ରେଷ୍ଠ ଚଳଚିତ୍ର ବର୍ଗ ରେ ପ୍ରଥମ ସ୍ଥାନ ଅଧିକାର କରିଛି। Nrityam ଅନୁଷ୍ଠାନ ର ଛାତ୍ର ଶିବାଜୀ ଦାସ ଙ୍କ ନିଖୁଣ ଅଭିନୟ ଓ ପରିଶ୍ରମ ସ୍ୱରୂପ ଚଳଚିତ୍ର କୁ ଶ୍ରେଷ୍ଠ ବିବେଚିତ କରିବାରେ ଅନ୍ୟତମ କାରଣ । ଚଳଚିତ୍ର ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ ,କ୍ୟମେରମେନ – ଟି ଶ୍ରୀନିବାସ ଦାସ,”ଚଳଚିତ୍ର କଥାକାର”- ସୁମନ୍ ଦାସ,ବହୁଦିନ ର ପରିଶ୍ରମ ର ଫଳ ସ୍ୱରୂପ ଆଜି ଛୋଟ ଏକ ସହର ର କଳା ପରିଚୟ ଜାତୀୟ ସ୍ତର ରେ ହୋଇପାରିଛି ।
ଗୋପାଳ ମହାନ୍ତି ,ରବୀନ୍ଦ୍ର ସାହୁ , ପ୍ରଭାତ୍ ମହାରଣା, ସୋମନାଥ ବେହେରା ଚଳଚିତ୍ର ର ବିଭିନ୍ନ ବିଭାଗ କୁ ସମ୍ଭାଳି ଥିଲେ ,ଚିମାନ ସାହୁ, କେଶବ ମହାରଣା,ହରି ଚୋହାନ ପ୍ରମୁଖ ଚଳଚିତ୍ର ର ନିର୍ମାଣ ରେ ବହୁ ସହଯୋଗ କରିଥିଲେ। ହିଞ୍ଜିଳିକାଟୁ ମାଟି ର ଯୁବକ ମାନଙ୍କ ଅଭଳି ପ୍ରୟାସ ,ସହର ଓ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଦେଇଛି। ପ୍ରଥମ ଥର ପାଇଁ ହିଞ୍ଜିଳିକାଟୁ ମାଟି ର ଏକ ଚଳଚିତ୍ର ଜାତୀୟ ସ୍ତର ରେ ଶ୍ରେଷ୍ଠ ଚଳଚିତ୍ର ବିବେଚିତ ହୋଇଥିବାରୁ ପ୍ରଶଂସକ ମହଲ ଓ ବୁଦ୍ଧିଜୀବୀ ମାନଙ୍କର ତରଫରୁ ବହୁ ଶୁଭେଚ୍ଛା ବାର୍ତ୍ତା ମିଳିଛି। ଆଗାମୀ ଦିନରେ ରେ ଏହି ମାଟି କଳା କ୍ଷେତ୍ର ରେ ଅାନ୍ତର୍ଜାତିକ ସ୍ତର ରେ ମଧ୍ୟ ପରିଚୟ ଲାଭ କରୁ ବୋଲି ଏହି ହିଞ୍ଜିଳିକାଟୁ ବାସୀଙ୍କ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

LEAVE A REPLY

Please enter your comment!
Please enter your name here