ଆଦିବାସୀ ବିରୋଧୀ ନୀତିର ପ୍ରତିବାଦ ରେ ଦେଶବ୍ୟାପୀ ଆଦିବାସୀ ଭାରତ ମହାସଭା ରାସ୍ତାକୁ ଓହ୍ଳାଇଲା

0
150

 

ଭଞ୍ଜନଗର,୦୩/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଶ୍ରମିକ, କୃଷକ ଓ ଆଦିବାସୀ ମାରଣନୀତି ବିରୁଦ୍ଧରେ ୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭା(ଏ.ବି.ଏମ୍) ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ ଟୁନା ମଲ୍ଲିକଙ୍କ ନେତୃତ୍ୱରେ ଭଞ୍ଜନଗର ଦଶପଲ୍ଲା ମୂଖ୍ୟରାସ୍ତା ଜାଡଧାର ଛକରେ ପ୍ରତିବାଦ ହୋଇଯାଇଛି । ମୋଦି ସରକାରଙ୍କ ମନୁବାଦୀ, ହିନ୍ଦୁତ୍ୱ, ଏକଛତ୍ରବାଦ ନୀତିକୁ ଦୃଢ ନିନ୍ଦା କରିବା ସହ କରୋନା ସଙ୍କଟ ସମୟରେ କର୍ପୋରେଟ କମ୍ପାନୀ ସ୍ବାର୍ଥରେ ମୋଦୀ ସରକାର ଶ୍ରମିକ, କୃଷକ, ଦଳିତ, ଆଦିବାସୀଙ୍କ ବିରୋଧରେ ସମସ୍ତ ନିଷ୍ପତ୍ତି ନେଇଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଦିବାସୀ ଭାଇ ଭଉଣୀ ଏକଜୁଟ ହୋଇ ପ୍ରତିବାଦ ସାମିଲ ହୋଇଛନ୍ତି।
ଏଇ ନିକଟରେ ସୁପ୍ରିମକୋର୍ଟ ନୀତ (NEET) ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିଛନ୍ତି ଯେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ, ଏହା ଆଜିର ନିୟମ ଅଟେ । ଅନ୍ୟପକ୍ଷରେ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଥିବା ବିଜେପି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆତଙ୍କବାଦୀଙ୍କ ଘନିଷ୍ଠ ସହଯୋଗୀ ଡିଏସପି ଦେବନ୍ଦର ସିଂ ଜାସୋ ଜାମିନ ପାଇଛନ୍ତି ଏବଂ ମୋଦୀ ସରକାରଙ୍କ ଜନ ବିରୋଧୀ ସି.ଏ.ଏ ଓ ଏନ୍.ଆର.ସି କୁ ବିରୋଧ କରୁଥିବା ଛାତ୍ର, ସାମ୍ବାଦିକ, ବୁଦ୍ଧିଜୀବୀ, ମାନବାଧିକାର କର୍ମୀଙ୍କୁ ଆଇନର ଦ୍ବାହି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋଭିଡ-୧୯ ସଙ୍କଟରେ ନ୍ୟାୟପାଳିକା କେନ୍ଦ୍ର ସରକାରଙ୍କୁ ରଥଯାତ୍ରା ଓ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଶ୍ରମିକ, କୃଷକ, ଆଦିବାସୀ, ଅଭାବୀ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ନିରାପଦ ଗତିବିଧି ତଥା ଜୀବିକା ନିର୍ବାହ କୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେବାର ଆବଶ୍ୟକତା ରହିଛି । କରୋନା ସମସ୍ୟା ହେତୁ ଦେଶରେ ସଂକ୍ରମଣ ଓ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ୬ ଲକ୍ଷରୁ ଅଧିକ ସଂକ୍ରମଣ ସହ ୨୦ ହଜାର ରୁ ଅଧିକ ମୃତ୍ୟୁ ବରଣ କରିଛନ୍ତି । ସଠିକ୍ ସମୟରେ ଟେଷ୍ଟ ନାହିଁ କି ଚିକିତ୍ସା କରାଯାଉ ନାହିଁ ତେଣୁ ଆଗାମୀ ସମୟରେ ଆହୁରି ବିସ୍ଫୋରଣ ସ୍ଥିତି ତିଆରି ହେବ । ଏଥିପ୍ରତି ମୋଦି ସରକାରଙ୍କ ସାମାନ୍ୟତମ ଚିନ୍ତାନାହିଁ ବରଂ ଏହି ସମୟକୁ ବ୍ୟବହାର କରି ବହୁ ସଂଘର୍ଷରେ ହାସଲ ହୋଇଥିବା ଶ୍ରମ ଆଇନରେ ବ୍ୟାପକ ଶ୍ରମିକ ବିରୋଧୀ ସଂଶୋଧନ, କୃଷି କ୍ଷେତ୍ରରେ ଠିକା ଚାଷ ବ୍ୟବସ୍ଥା ସହ ବଜାର ବ୍ୟବସ୍ଥା କୁ କମ୍ପାନୀ ହାତକୁ ଟେକି ଦେବା ପାଇଁ ଅଧ୍ୟାଦେଶ, ପରିବେଶ ବିରୋଧୀ ଆଇନ ଆଣିବା ସହ ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ଉପରେ ଭୟଙ୍କର ଆକ୍ରମଣ ଆରମ୍ଭ କରିଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଜନ୍ମ ପ୍ରମାଣପତ୍ର ଧାରା ୩୪୧ ଅନୁଯାୟୀ ଯେଉଁ ସଂରକ୍ଷଣ ଉପଲବ୍ଧ ଥିଲା, ଏହାକୁ ମଧ୍ୟ ହଟାଇବାକୁ ଯାଉଛି | କର୍ପୋରେଟର ଦଲାଲ ଫାସିବାଦୀ ଆରଏସଏସ ଏବଂ ମୋଦୀ ସରକାରଙ୍କ ବର୍ବର ଦମନ ବିରୁଦ୍ଧରେ ପୁଣି ଥରେ ଜନଗଣ ଏକଜୁଟ ହେବା ପାଇଁ ଆଦିବାସୀ ଭାରତ ମହାସଭାର ରାଜ୍ୟ ଆବାହକ ତଥା ଜିଲ୍ଲା ସମ୍ପାଦକ ଆହ୍ବାନ ଦେଇଛନ୍ତି । ସେହିପରି ଜଗନ୍ନାଥପ୍ରସାଦ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ପ୍ରତିବାଦରେ କାହ୍ନୁ ମଲ୍ଲିକ, କାର୍ତ୍ତିକ ପ୍ରଧାନ, ସୁଶାନ୍ତ ପ୍ରଧାନ ସମେତ ବହୁ ଆଦିବାସୀ ଭାଇ ଭଉଣୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here