କରୋନା ଆକ୍ରାନ୍ତ ପୁଅ ର ମୃତ୍ୟୁ ଖବର ପାଇ ମର୍ମାହତ ବାପାମାଆ ଙ୍କ ଆତ୍ମହତ୍ଯା

0
160

 

ଭଞ୍ଜନଗର,୦୩/୦୭/୨୦୨୦: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ରେ ଅାଉ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି । ଗଲା ଦୁଇ ଦିନ ହେବ ନାରାୟଣପୁର ଶାସନ ର ସିମାଚଂଳ ଶତପଥୀ ନାମକ ଜଣେ ଶିକ୍ଷକ ଅସୁସ୍ଥତା ହୋଇ ଭୂବନେଶ୍ଵରର ଏକ ମେଡିକାଲରେ ଚିକିତ୍ସାଧୀନ ଥିଲେ । ତେବେ ପୁଅକୁ କୋରୋନା ହୋଇଥିବା ନେଇ ସହରରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କରି ମଧ୍ୟ ଆଜି ମୃତ୍ୟୁ ଘଟିଥିବା ଖବର ମିଳିଛି । ଏହି ପୁଅର ମୃତ୍ୟୁ ଖବର ପାଇ ବାପା ମା ମଧ୍ୟ ଅାତ୍ମହତ୍ୟା କରିଛନ୍ତି । ମୃତକ ବାପା ରାଜ କିଶୋର ଶତପଥି ସାପୁଅା ବଷା ନିକଟରେ ଥିବା ଏକ ଗଛରେ ଅାତ୍ମହତ୍ୟା କରିଥିବା ବେଳେ ଓ ମା ସୁଲୋଚନା ଶତପଥି ନିଜ ଘରେ ରଶି ଲଗାଇ ଅାତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏମିତି କି କୋରୋନା ଭୟରେ କେହି ବି ମୃତ ଦେହ ପାଖକୁ ଅାସୁନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଅାରମ୍ଭ କରିଛି ।

ରିପୋର୍ଟ: ଚିତ୍ରସେନ ପ୍ରଧାନ

LEAVE A REPLY

Please enter your comment!
Please enter your name here