ବ୍ରହ୍ମପୁର : ଅନିଲ କୁମାର ପାତ୍ର ନୂତନ ଭିଜିଲାନ୍ସ ଏସ୍ ପି ଭାବେ ଦାୟିତ୍ୱ ଗ୍ରହଣ

0
197

ବ୍ରହ୍ମପୁର,୦୩/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ରେ ନୂତନ ଏସ୍ ପି ଭାବେ ଅନିଲ କୁମାର ପାତ୍ର ଯୋଗ ଦେଇଛନ୍ତି ।ଏହି ଅବସରରେ କୋର୍ଟପଟା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଏସ୍ ପି ପାତ୍ରଙ୍କୁ ସ୍ବାଗତ କରିଛନ୍ତି। ପୂର୍ବରୁ ସେ ଭୁବନେଶ୍ୱରରେ ଏ ଏସ.ପି ପଦବୀରେ କାର୍ଯ୍ୟ ରତ ଥିଲେ।ଗତ ମାସ ଏସ୍ ପି ପଦବୀକୁ ପଦୋନ୍ନତି ପାଇ ବର୍ତ୍ତମାନ ସେ ବ୍ରହ୍ମପୁର ଭିଜିଲାନ୍ସ ଏସ୍ ପି ଭାବରେ ଯୋଗଦାନ ଦେଇଛନ୍ତି। ପୂର୍ବରୁ ଏଠାରେ କାର୍ଯ୍ୟ ରତ ଏସ୍ ପି ମାୟାଧର ସ୍ବାଇଁ ଗତ ୩୦ତାରିଖରେ ଅବସର ଗ୍ରହଣ କରିଥିଲେ।ଏହା ପରେ ଏ ଏସ୍ ପି ଶାନ୍ତୁନୁ ପାଢ଼ୀ ଏସ ପି ଦାୟିତ୍ୱ ରେ ଥିଲେ।ଏସ୍ ପି ପାତ୍ର ଏ ଏସ୍ ପି ପାଢ଼ୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here