• ଆସ୍କା ନିର୍ବାଚନ ସକାଶେ ସମସ୍ତ ରାଜନୈତିକ ଦଳଙ୍କୁ ନେଇ ପର୍ଯ୍ୟବେକ୍ଷକଙ୍କ ବୈଠକ • ଅବାଧ,ମୁକ୍ତ,ନିରପେକ୍ଷ ନିର୍ବାଚନ ନିମନ୍ତେ ଉପଦେଶ • କୌଣସି ବୁଥ୍ ରେ ଅପ୍ରିତିକର ପରିସ୍ଥିତି ଦେଖାଦେବା ଅନୁମାନ କରୁଛନ୍ତି କିମ୍ବା ସମ୍ଭାବନା ରହୁଥିବା ଲକ୍ଷ୍ୟ କରୁଛନ୍ତି ତେବେ ପୂର୍ବରୁ ଜଣାଇବାକୁ ଅନୁରୋଧ

0
14

ଛତ୍ରପୁର,୦୭/୦୫/୨୦୨୪ ଗଞ୍ଜାମ ଜିଲ୍ଲାର ୧୯-ଆସ୍କା ନିର୍ବାଚନ ନିମନ୍ତେ ସମସ୍ତ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ପ୍ରାର୍ଥୀ ଓ ପ୍ରତିନିଧି ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ମଙ୍ଗଳ ବାର ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ଯୋତି ପରିଡା ଉପସ୍ଥିତ ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ପ୍ରତିନିଧି ମାନଙ୍କୁ ଆଦର୍ଶ ଆଚରଣ ବିଧିର ଅନୁପାଳନ କରି କିଭଳି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେବ ସେହି ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ୧୯- ଆସ୍କା ଲୋକସଭା, ୧୨୮ ଆସ୍କା, ୧୨୯ ସୋରଡି, ୧୩୦- ସାନଖେମୁଣ୍ଡି, ୧୨୪ – ପୋଲସରା, ୧୨୫- କବିସୂର୍ଯ୍ୟନଗର, ୧୨୬- ଖଲ୍ଲିକୋଟ, ୧୩୧ ହିଞ୍ଜିଳି ବିଧାନସଭା ଗୁଡିକର ମତଦାନ ଚଳିତମାସ ୨୦ ତାରିଖରେ ଅନୁଷ୍ଠିତ ହେବ । ଏହି ନିର୍ବାଚନର ସମସ୍ତ ଦିଗ ପ୍ରିତି ନଜର ରଖିବା ଓ ପରିଚାଳନା ତୃଟିଶୂନ୍ୟ ରହିବ ସେଥିପାଇଁ ଭାରତୀୟ ନିର୍ବାଚନ କମିଶନର ବିଭିନ୍ନ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ସମସ୍ତ ଅଞ୍ଚଳର ନିର୍ବାଚନ ସକାଶେ ସାଧାରଣ ପର୍ଯ୍ୟବେକ୍ଷକ ହରି ମୋହନ ମୀନା ଭା.ପ୍ର.ସେ. ଯୋଗାଯୋଗ ନଂ-୭୦୦୮୫୦୭୨୦୬ ସାଧାରଣ ପର୍ଯ୍ୟବେକ୍ଷକ ଡା. ଆର୍ଥୀ ଏମ୍. ଭା.ପ୍ର.ସେ. ଯୋଗାଯୋଗ ନଂ-୮୨୪୯୭୧୨୪୬୫, ପୋଲିସ୍ ପର୍ଯ୍ୟବେକ୍ଷକ ରାଗସୁଦ୍ଧା ଆର୍. ଆଇ.ପି.ଏସ୍. ଯୋଗାଯୋଗ ନଂ-୭୦୦୮୫୧୨୩୦୬, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଜି. ଇଲାମୁରୁଗୁ, ଆଇ.ଆର୍.ଏସ୍. ଯୋଗାଯୋଗ ନଂ- ୯୬୯୨୫୨୯୬୪୨, ଖର୍ଚ୍ଚ ପର୍ଯ୍ୟବେକ୍ଷକ ମନୀଷ ଦୁଦପୁରୀ ଯୋଗାଯୋଗ ନଂ-୯୬୯୨୫୪୫୯୯୭ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁନୀଲ କିଶାନ୍ ଆଗଓ୍ବାନୀ, ଆଇ.ଆର୍.ଏସ୍. ଯୋଗାଯୋଗ ନଂ – ୯୬୯୨୫୪୨୭୩୯ ପ୍ରଦାନ କରାଯାଇଅଛି । କୌଣସି ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧି ତଥା ଜନସାଧାରଣ ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗ ଗୁଡିକ ସଂପୃକ୍ତ ପର୍ଯ୍ୟବେକ୍ଷକଙ୍କୁ ଫୋନ୍ କରି ସିଧାସଳଖ ଜଣାଇପାରିବେ ବୋଲି ପର୍ଯ୍ୟବେକ୍ଷକଗଣ ମତ ଦେଇଥିଲେ । ରାଜନୈତିକ ଦଳ ଆଦର୍ଶ ଆଚରଣବିଧିର ଅନୁପାଳନ କରି ନିର୍ବାଚନ ଲଢିବାକୁ କୁହାଯାଇଥିଲା । ପ୍ରାର୍ଥୀମାନେ ନିଜର ପ୍ରଚାର ପ୍ରସାର କରିବା ନିମନ୍ତେ ବିଭିନ୍ନ ପୋଷ୍ଟର ହୋର୍ଡିଂ, ଖବରକାଗଜ, ବୈଦ୍ୟୁତିକ ଗଣମାଧ୍ୟମ, ସୋସିଆଲ ମିଡିଆରେ ଯାହା ଖର୍ଚ୍ଚ କରୁଛନ୍ତି ତାହା ନିର୍ଦ୍ଧାରିତ ଖର୍ଚ୍ଚ ତାଲିକାରେ ଜଣାଇବାକୁ କୁହାଯାଇଛି । ପ୍ରାର୍ଥୀଗଣ ନିର୍ବାଚନରେ ବ୍ୟବହାର କରୁଥିବା ଯାନବାହନ ଗୁଡିକର ଅନୁମତି ପତ୍ର ଗ୍ରହଣ କରି ସେଗୁଡିକ ସଂପୃକ୍ତ ଯାନବାହନରେ ଦର୍ଶାଇବାକୁ କୁହାଯାଇଛି । ଦୈନିକ ନିର୍ବାଚନ ଖର୍ଚ୍ଛ ନିମନ୍ତେ ସ୍ବତନ୍ତ୍ର ବ୍ୟାଙ୍କ ଖାତା ଖୋଲି ସେଥିରେ ପରିଚାଳନା କରିବାକୁ କୁହାଯାଇଛି । ନିର୍ବାଚନ ଆଇନ୍ ୧୯୫୧ ସେକ୍ସନ ୧୨୭ କ ପ୍ରକାରେ ପ୍ରଚାର ନିମନ୍ତେ ଯାହାବି ଛପାଉଛନ୍ତି ତାହାର ତଥ୍ୟ ସଂପୃକ୍ତ ଅଧିକାରୀଙ୍କ ଠାରେ ପ୍ରଦାନ କରିବା ସକାଶେ କୁହାଯାଇଛି । କୌଣସି ବୁଥ୍ ରେ ବିଶୃଙ୍ଖଳା ପରିସ୍ଥିତି ଦେଖାଯିବାର ସମ୍ଭାବନା ଯଦି ଥାଏ କିମ୍ବା କୌଣସି ଖଳ ପ୍ରକୃତିର ବ୍ୟକ୍ତି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଥିଲେ ତାହା ପୂର୍ବରୁ ସଂପୃକ୍ତ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି । ଯଦ୍ବାରା ଉକ୍ତ ବୁଥ୍ ର ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ପର୍ଯ୍ୟବେକ୍ଷକଗଣ ମତ ଦେଇଥିଲେ । ଆଇନ୍ କାନୁନ୍କୁ ହାତକୁ ନନେଇ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେହି ଦିଗ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here