କେନ୍ଦ୍ର ସରକାରଙ୍କର ଜନବିରୋଧୀ ପେଟ୍ରୋଲ ଏବଂ ଡିଜେଲ ଦର ଵୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ରାଜ୍ୟବ୍ୟାପି ବିଦ୍ରୋହ

0
106

 

ପାରଳାଖେମୁଣ୍ଡି, ୦୮/୦୭/୨୦୨୦:କେନ୍ଦ୍ର ସରକାରଙ୍କ ଜନ-ବିରୋଧୀ ପେଟ୍ରୋଲ ଓ ଡିଜେଲ’ର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟି , ଗଜପତି ଜିଲ୍ଲା ୟୁନିଟ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି ।
ପାର୍ଟି’ର ଜିଲ୍ଲା ୟୁନିଟ’ର ଆବାହକ ଶିଶିର କୁମାର ଭଞ୍ଜସାମନ୍ତ ଏବଂ ବରିଷ୍ଠ ନେତା କିଶୋର ଚନ୍ଦ୍ର ଗୁର ପ୍ରମୁଖ ଉଦବୋଧନ ଦେଇ କହିବା ସହ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ , କେନ୍ଦ୍ର ସରକାର କରୋନା ମହାମାରୀ ନାମରେ ତୈଳ ଦର ଅହେତୁକ ଭାବରେ ବଢ଼ାଇ ଚାଲିଛନ୍ତି। ବିଗତ ୨୨ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୧୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ଆଜି ୮୦ ଟଙ୍କା ପାର ହୋଇଛି। ସରକାର ତର୍କ ଦେଉଛନ୍ତି ଯେ , କରୋନା ମହାମାରୀ’ ର ମୁକାବିଲା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ଯୋଗୁଁ ଏହି ଦର ବଢାଯାଉଛି।
ଆମ ଆଦମୀ ପାର୍ଟି ଏହି ତୈଳ ଦର ବୃଦ୍ଧିର ତୀବ୍ର ନିନ୍ଦା କରୁଛି। କରୋନା ନାମରେ ଜନସାଧାରଣଙ୍କୁ ଲୁଟିବା ବିରୁଦ୍ଧରେ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଛି ଏବଂ ବର୍ଦ୍ଧିତ ତୈଳ ଦରକୁ ହ୍ରାସ କରିବା ପାଇଁ ଦାବି କରୁଛି।
ସମସ୍ତଙ୍କ ଅବଗତି ନିମନ୍ତେ ଆମେ ସ୍ପଷ୍ଟ କରୁଛୁ ଯେ , ତୈଳ ଦର ବୃଦ୍ଧି’ର କରୋନା ସହିତ କୌଣସି ସମ୍ପର୍କ ନାହିଁ । ୨୦୧୪ମସିହା’ ରୁ ୨୦୧୬ ପର୍ଯ୍ୟନ୍ତ ଯେତେବେଳେ ସାରା ବିଶ୍ୱରେ ତୈଳ ଦର ଅତ୍ୟନ୍ତ କମ ଥିଲା , ସେତେବେଳେ ମୋଦୀ ସରକାର ପେଟ୍ରୋଲ ଏବଂ ଡିଜେଲର ଏକ୍ସସାଇଜ଼ ଡିଉଟି ୯ ଥର ବଢ଼ାଇ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ଆଦାୟ କରିଥିଲେ। ମୋଦୀ ସରକାର କ୍ଷମତା’କୁ ଆସିବାବେଳେ ପେଟ୍ରୋଲ ଉପରେ ଏକ୍ସସାଇଜ଼ ଡିଉଟି ୯.୪୮ ଟଙ୍କା ଥିବାବେଳେ ବର୍ତ୍ତମାନ ତାହାକୁ ୩୨.୯୮ ଟଙ୍କା କରିଛନ୍ତି । ସେହିପରି ଡିଜେଲ’ର ଏକ୍ସସାଇଜ଼ ଡିଉଟି ୩.୫୬ ଟଙ୍କା ଥିବାବେଳେ ବର୍ତ୍ତମାନ ମୋଦୀ ସରକାର ତାକୁ ୩୧.୮୩ ଟଙ୍କାରେ ପହଞ୍ଚାଇଛନ୍ତି। ଦେଶରେ ପ୍ରଥମ ଥର ପାଇଁ ଡିଜେଲର ଦର ପେଟ୍ରୋଲ ଠାରୁ ଅଧିକ ହେବା ସହିତ ଲିଟର ପିଛା ୮୦ ଟଙ୍କା ପାର ହୋଇଛି।

କରୋନା ହେତୁ ଲୋକଙ୍କ’ର ଜୀବନ ଜୀବିକା ଉପରେ ସଙ୍କଟ ଦେଖାଦେଇଥିବା ବେଳେ ଏବଂ ରୋଜଗାର ବନ୍ଦ ଥିବାବେଳେ ସରକାର ଏପରି ଲୁଟ’ରୁ କ୍ଷାନ୍ତ ରହିବା ଉଚିତ । ପେଟ୍ରୋଲ ଏବଂ ଡିଜେଲ ଅହେତୁକ ଦର ବୃଦ୍ଧି ହେତୁ ଆଜି ପନିପରିବା, ଫଳ,ଔଷଧ, ଖାଦ୍ୟ ପଦାର୍ଥ ଇତ୍ୟାଦି’ର ଦର ଆକାଶ ଛୁଆଁ ହୋଇଛି। କୃଷି ସାମଗ୍ରୀ ଏବଂ ଚାଷର ଖର୍ଚ୍ଚ ବଢୁଛି। ସର୍ବସାଧାରଣ ଯାତାୟତ ବ୍ୟବସ୍ଥା ବନ୍ଦ ଥିବାହେତୁ ଲୋକମାନେ ବ୍ୟକ୍ତିଗତ ସାଧନ ବ୍ୟବହାର କରି ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି।
ଏପରି ପରିସ୍ଥିତିରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲକୁ ଛାଡି ଅନ୍ୟ ଉପାୟରେ ସମ୍ବଳ ସଂଗ୍ରହ କରିବା ଉଚିତ। ଯେଉଁ ପେଟ୍ରୋଲ ଏବଂ ଡିଜେଲ ଦର ଵୃଦ୍ଧି ବିରୁଦ୍ଧରେ ତୁମ୍ବିତୋଫାନ କରି ବିଜେପି ସରକାରକୁ ଆସିଛି ଆଜି ତାର ବିପରୀତ କାମ କଲେ ଜନସାଧାରଣ କ୍ଷମା ଦେବେ ନାହିଁ ବୋଲି କୁହା ଯାଇଥିଲା ।
ଏହି କାର୍ଯ୍ୟକ୍ରମ’ରେ ଶିଶିର କୁମାର ଭଞ୍ଜସାମନ୍ତ , କିଶୋର ଚନ୍ଦ୍ର ଗୁରୁ , ତ୍ରିନାଥ ଅଧିକାରୀ , ଲାଗୋସ ବର୍ଦ୍ଧନ ପ୍ରମୁଖ’ଙ୍କ ସମେତ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ଥିଲେ ।

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here