କରୋନା ସଚେତନତା ନାଟକ ମାଧ୍ୟମରେ ଅଷ୍ଟଶତୋତ୍ତର ଦିବସ ପାଳନ

0
158

 

ଯାଜପୁର,୦୯/୦୭/୨୦୨୦(ବ୍ୟୁରୋ ରିପୋର୍ଟ) କୋଟି ଓଡ଼ିଆର ମଉଡ଼ମଣୀ ଜଗତର ନାଥ ପ୍ରଭୁ ଜଗନ୍ନାଥ ସମଗ୍ର ଜୀବଜଗତକୁ ସୁରକ୍ଷା ପ୍ରଦାନକରି ବିଶ୍ଵରୁ ମହାମାରୀ କରୋନାର ବିନାଶ କରିବା ପାଇଁ ଜନ ମାନସରେ ବିରାଜମାନକରି ସମସ୍ତଙ୍କୁ ସଚେତନ ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହିଭଳି ଏକ କାହାଣୀକୁ ନେଇ ଦାସିଆ ବାଉରୀ ଓ ମହାପ୍ରଭୁ ଜଗନ୍ନାଥଙ୍କ କଥୋପକଥନ ମାଧ୍ୟମରେ କରୋନା ସଚେତନତା ନାଟକ ଜଗନ୍ନାଥଙ୍କ କରୋନା ସଚେତନତାକୁ ସ୍ଥାନୀୟ ଯାଜପୁରଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତ ସମେତ ଝିଙ୍କିରି,ବାସୁଦେବପୁର ଆଦି ବିଭିନ୍ନ ସ୍ଥାନରେ ପରିବେଷଣ କରିଥିଲେ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ।ଅନୁଷ୍ଠାନଦ୍ଵାରା ଆୟୋଜିତ କରୋନା ସଚେତନତାର ଆଜି ଥିଲା ୧୦୮ତମ ଦିବସ । ଏଥିରେ ନାଟ୍ୟକାର ତଥା ନିର୍ଦ୍ଦେଶକ ସାଧୁ ନିଲୁବାବା, ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର ମଲ୍ଲିକ,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା,ଅଭିନେତା ଶଶିକାନ୍ତ ପଣ୍ଡା,ସାମ୍ବାଦିକ ଜ୍ୟୋତି ଶଙ୍କର ରାଏ,ଭାଗବତ ମଲ୍ଲିକ,ମାନସ ସେଠ,ଅଳକୁଣ୍ଡ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ନିରଞ୍ଜନ ଜେନା,ନାଟ୍ୟକାର ଅଧ୍ୟାପକ ଡ଼ଃ ଦୀପକ କୁମାର ଜେନା,ସମାଜସେବୀ କୈଳାସ ଚନ୍ଦ୍ର ଜେନା,ଚିତ୍ତରଞ୍ଜନ ସୂତାର, ମଙ୍ଗୁଳି ଚରଣ ଜେନାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ଵୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here