ଶେରଗଡ ବ୍ଲକ ଅଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ, ଜିଲାପାଳ ଙ୍କ ଅନୁଧ୍ଯାନ

0
136

 

ଶେରଗଡ,୦୯/୦୭/୨୦୨୦: ଶେରଗଡ ର ତିନୋଟି ଅଙ୍ଗନବାଡି କେନ୍ଦ୍ର ଅଂଚଳରେ ସ୍ୱାସ୍ଥ୍ୟ ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ଓ ପରିକ୍ଷା ଆଜି ସକାଳେ ଆରମ୍ଭ ହୋଇଛି ।ଏହି ସମୟରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟିମ ପାଖରେ ପହଂଚି କାର୍ଯ୍ଯର ଅନୁଧ୍ଯାନ କରି ସ୍ୱାସ୍ଥ୍ଯଟିମ କୁ ଉତ୍ସାହିତ କରି ଜନସାଧାରଣ ଙ୍କ ମଧ୍ଯ ସହଯୋଗ କାମନା କରିଥିଲେ।ଏହି ସ୍ୱାସ୍ଥ୍ୟ ଟିମ୍ ରେ ଡାକ୍ତର ଅଙ୍ଗନବାଡିକର୍ମୀ,ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ରହିଛନ୍ତି ।ଏହି କାର୍ଯ୍ୟକ୍ରମରେ ତହସିଲଦାର ଦୟାସିଂଧୁ ପରିଡା,ବିଡିଓ ସୁରଂଜନ ସାହୁ ଆଇଆଇସି ରମେଶ ଚନ୍ଦ୍ର ଦାସ ଙ୍କ ସମେତ ବ୍ଲକ ର ବହୁ ପଦସ୍ଥଅଧିକାରୀ ଉପସ୍ଥିତ ଥିଲେ ।ଏହା ପରେ ଜିଲାପାଳ ଅଲାରୀଗଡ ଯାଇ କୋଭିଟ କେୟାର ହୋମ ପରିଦର୍ଶନ କରିଥିଲେ ଓ କାର୍ଯ୍ଯ କର୍ମକର୍ତ୍ତା ସହ ମଧ୍ଯ ଆଲୋଚନା କରିଫେରିଥିଲଲ।


ରିପୋର୍ଟ:ଡାକ୍ତର ହୃଷୀକେଶ ମହାନ୍ତି ।

LEAVE A REPLY

Please enter your comment!
Please enter your name here