ଗଜପତି: ଜିଲ୍ଲାର କରୋନା ସଂକ୍ରମିତଙ୍କ ତାଲିକାରେ ଆଜି ଆଉ ଯୋଡ଼ି ହେଲେ ୧୭ ଆକ୍ରାନ୍ତ।

0
232

 

ପାରଳାଖେମୁଣ୍ଡି, ୦୯/୦୭/୨୦୨୦:ଗଜପତି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ତାଲିକାରେ ଆଜି ଆଉ ଯୋଡ଼ି ହେଲେ ୧୭ ଆକ୍ରାନ୍ତ। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୩୬। ସଂକ୍ରମଣର ତଥ୍ୟକୁ ଅନୁଧ୍ୟାନ କଲେ ଏହାର ବିସ୍ପୋରକ ରୂପ ନେଉଥିବା ସ୍ପଷ୍ଟ ବାରି ହେଉଛି। ପୂର୍ବରୁ ସଦରମହକୁମା ପାରଳାଖେମୁଣ୍ଡି ସହରର ୮ଟି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସିଲ୍ କରିଛି ପ୍ରଶାସନ, ଆଜି ପୁଣି ନୁଆ ୪ଟି ଅଞ୍ଚଳରୁ ୭ ଚିହ୍ନଟ ହୋଇଛି। ଏହା ଗୋଷ୍ଠୀ ସଂକ୍ରମଣର ସ୍ପଷ୍ଟ ନିଦର୍ଶନ। ଯାହାକୁ ଦେଖି ବିପଦ ଘନଉଥିବା ଚର୍ଚ୍ଚା ହେଉଛି। ଅପରପକ୍ଷରେ ଗ୍ରାମାଞ୍ଚଳରେ ମଧ୍ୟ ସମାନ ଭାବରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି, ଆଜି ରାୟଗଡ଼ ନାରାୟଣପୁର ପଞ୍ଚାୟତର ୫ଟି ଏବଂ କାଶୀନଗର ଜଣେ ଚିହ୍ନଟ ହୋଇଥିବା ବେଳେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ୪ଜଣ ଚିହ୍ନଟ ହୋଇଛି। ବହୁ ସ୍ଥାନରେ ତଥ୍ୟ ଲୁଚାଇବା ମହଙ୍ଗା ପଡୁଥିବା ଆଲୋଚନା ହେଉଛି, ତେବେ ଏହାକୁ ଆଧାର କରି ସମସ୍ତ ସ୍ଥାନ ଚିହ୍ନଟ କରି କଣ୍ଟେନମେଣ୍ଟ କରିଛି ପ୍ରଶାସନ। ଏଥିସହ ବିଭିନ୍ନ ବିଭିନ୍ନ ଆଗୁଆ ପ୍ରତିଷେଧକ ପଦକ୍ଷେପ ନେଇଛି, ଏପରିକି ପାରଳାଖେମୁଣ୍ଡି ସହରକୁ ତିନି ଦିନ ସଟଡାଉନ ମଧ୍ୟ ଘୋଷଣା କରିଛି ପ୍ରଶାସନ। ତେବେ ସମସ୍ତ ଭିତରେ ଜନସାଧାରଣ ନିଜ ଆଡୁ ବ୍ୟାପକ ସଚେତନ ହେବା ଜରୁରୀ ହୋଇପଡିଛି।

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here