କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ କେ.ସି.ଏଚ୍.ରତନମ୍ ଆର ପାରିରେ

0
196

 

ପାରଳାଖେମୁଣ୍ଡ,୧୨/୦୭/୨୦୨୦:ଜିଲ୍ଲାର ଜଣେ କୋଭିଡ୍ ଯୋଦ୍ଧା ତଥା ବରିଷ୍ଠ ସାମ୍ବାଦିକ କେ. ସି. ଏଚ୍. ରତନମ୍ ଙ୍କ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ୍ ରେ ଚିକିତ୍ସିତ ଅବସ୍ଥା’ରେ ପରୋଲୋକ ହୋଇ ଯାଇଛି । ପାରଳାଖେମୁଣ୍ଡି ସହର ତଥା କାଶୀନଗର , ଗୋସାଣି ଓ ଗୁମ୍ମା ବ୍ଲକଅଞ୍ଚଳ’ରେ ସ୍ବର୍ଗତ ରତ୍ନମ , ସାମ୍ବାଦିକ ମାନଙ୍କ ସେ ରୋଲ୍ ମଡେଲ ଥିଲେ । “ତେଲୁଗୁ ଇନାଡୁ” ପତ୍ରିକାରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ହେଲା କାର‌୍ୟ୍ୟ କରି ଆସୁଥିଲେ । ଗଜପତି ଜିଲ୍ଲାରେ କେବଳ ସାମ୍ବାଦିକ ନୁହନ୍ତି , ସମସ୍ତଙ୍କ ଠାରେ ସେ ଅତି ପ୍ରିୟ ଥିଲେ । ଗତ ୩ ଦିନ ତଳେ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇଥିଲା । ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁନେଶ୍ଵରର ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ କୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ତାଙ୍କର କୋରନା ପୋଜିଟିଭ ଚିହ୍ନଟ ହୋଇଥିଲା ବୋଲି କୁହାଯାଇଛି । ତାଙ୍କୁ ଆଜି କୋଭିଡ୍ ହସ୍ପିଟାଲ୍ କୁ ସ୍ଥାନାନତରିତ ହେବାର ଥିଲା , କିନ୍ତୁ ଦୁର୍ଭାଗ୍ୟ ବଶତଃ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ମେଡିକାଲ୍ ସୂତ୍ରରୁ ଜଣାପଡିଛି । ହାଇଟେକ୍ ମେଡିକାଲ୍ କଲେଜ ର ଅଧକ୍ଷ ଡ. ତ୍ରିପତି ପାଣଗ୍ରାହୀ ଙ୍କ ସ୍ବର୍ଗତ ରତ୍ନମ ଜଣେ ଉତ୍ତମ ବନ୍ଧୁ ଥିଲେ ।ଏଣୁ ବରିଷ୍ଠ ସାମ୍ୱାଦିକ ରତନମ୍ବ ବାବୁଙ୍କୁ ଚିକିତ୍ସା ନେଇ ନିଜେ ଅଧ୍ୟକ୍ଷ ଡଃ ପାଣିଗ୍ରାହି ବୁଝା ସୁଝା କରୁଥିଲେ ।
ବରିଷ୍ଠ ସାମ୍ବାଦିକ ରତନମ୍ ବାବୁଙ୍କୁ ମୃତ୍ୟୁ ଖବର ଜଣାପଡ଼ିବା ପରେ ଗଜପତି ଜିଲ୍ଲାରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ କେ. ନାରାୟଣ ରାଓ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ କୁମାର ନାୟକ , ମୋହନା ବିଧାୟକ ଦାଶରଥି ଗମାଙ୍ଗ , ସିପିଆଇ ଜିଲ୍ଲା ସମ୍ପାଦକ ଜନା ସୁବାଷ୍ ଚନ୍ଦ୍ର ରାଓ , ଜିଲ୍ଲା କଂଗ୍ରେସ ସଭାପତି ବିଭୁତି ପାତ୍ର , ନଗର କଂଗ୍ରେସ୍ ସଭାପତି ବସନ୍ତ ପଣ୍ଡା , ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ , ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା , ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମୀ ରଞ୍ଜନ ମିଶ୍ର, ଶିଶିର କୁମାର ଗୌଡ଼ , ରାଜେନ୍ଦ୍ର ଭୁକ୍ତା , ବାସୁଦେବ ଦାସ, ରୁପେଶ ସାହୁ, ଆଦର୍ଶ ଦାସ, ସୁଜିତ ବିଷୋୟୀ, କୃଷ୍ଣ କୁମାର ବେହେରା , କୃଷ୍ଣ ମୋହନ ପଟନାୟକ , ଉମା ଶଙ୍କର ଭୁକ୍ତା , ସୁଜିତ ପ୍ରଧାନ , ପ୍ରଭାତ କୁମାର ପାତ୍ର , ବୀରକିଶୋର ପଟନାୟକ , କ୍ରୀତଦାସ ବର୍ଦ୍ଧନ , ଆମୋଦ ବର୍ଦ୍ଧନ , ରାମଗୋବିନ୍ଦ ଆଚାର‌୍ୟ୍ୟ , ସୀତାନାଥ ପଣ୍ଡା , ଶ୍ରୀକାନ୍ତ ମହାରଣା , ସରୋଜ ବୀର , ସରୋଜ ପାଣଗ୍ରାହୀ , ଜଗଦୀଶ ପଣ୍ଡା , ବିବେକା ନନ୍ଦ ବେହେରା , ପ୍ରଶାନ୍ତ ପଟନାୟକ , ପି. ଅନିଲ କୁମାର , ବାଳ କୃଷ୍ଣ ପାଣଗ୍ରାହୀ , ରାଜ୍ୟ’ର ବରିଷ୍ଠ ସାମ୍ବାଦିକ ତଥା ନବୀନ ପତ୍ରିକାର ସମ୍ପାଦକ ରବି ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଅମର ଆତ୍ମା’ର ସଦଗତି କାମନା କରିଛନ୍ତି ।

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here