ଗୋଲିଆ ପଞ୍ଚାୟତକୁ ୭ ଦିନ ପାଇଁ ୨୦ ଘଣ୍ଟିଆ ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ

0
141

 

ବୁଗୁଡା,୧୨/୦୭/୨୦୨୦ : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତକୁ ସରପଞ୍ଚ ମନୋରମା ପ୍ରଧାନ ୭ ଦିନ ପାଇଁ ୨୦ ଘଣ୍ଟିଆ ସଟ୍ ଡାଉନ ଘୋଷଣା କରିଛନ୍ତି। ଗୋଲିଆ ଗ୍ରାମର ତେଲୁଗୁ ସାହିର ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ଓ ତାଙ୍କ ପରିବାର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଶ୍ରୀମତୀ ପ୍ରଧାନ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଗୋଲିଆ, କୁଶପଲ୍ଲୀ ଓ ବାଦୁଆ ଗ୍ରାମକୁ ଜୁଲାଇ ୧୨ ତାରିଖ ଠାରୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଦିବା ୧୦ ଘଣ୍ଟାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ୨୦ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି। ସକାଳ ୬ ଟା ରୁ ୧୦ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସେହି ସମୟ ମଧ୍ୟରେ ଜନସାଧାରଣ ନିଜର ଆବଶ୍ୟକ ଜିନିଷ କ୍ରୟ କରିବା ସମୟରେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖିବେ। ମେଡ଼ିସିନ ଷ୍ଟୋର ସବୁ ସମୟରେ ଖୋଲା ରହିପାରିବ ଓ କୃଷି କାର୍ଯ୍ୟ ଚାଲିପାରିବ। ସଟ୍ ଡାଉନ ସମୟରେ ଘରୁ ବାହାରକୁ ନଆସିବା ପାଇଁ ସରପଞ୍ଚ ନିବେଦନ କରିଛନ୍ତି। ଏହି ବିଷୟ ନେଇ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଗୋଲିଆ ଶାଖା ଇଣ୍ଡିଆନ ବ୍ୟାଙ୍କ ପରିଚାଳକ ଙ୍କୁ ଅବଗତ କରାଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି। ଆଇନ ଅମାନ୍ୟ କଲେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here