ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ଏସ୍. ଛଚିନା ସରପଞ୍ଚ, ପରିସ୍ଥିତିକୁ ଦୃଷ୍ଟିରେ ରଖି ୭ ଦିନିଆ ସଟ୍ ଡାଉନ୍

0
182

 

ଗଞ୍ଜାମ,୧୨/୦୭/୨୦୨୦ (ଟୁକୁନା ପ୍ରଧାନ)-: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ପଂଚ।ୟତ ସରପଞ୍ଚ ଶ୍ରୀମତୀ ବିନୋଦିନୀ ନାୟକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ଉକ୍ତ ପଂଚାୟତରେ ୪ଜଣଙ୍କ କରୋନା ପଜିଟିଭ୍ ଥିବା ରିପୋର୍ଟ ଆସିବା ପରେ ଶନିବାର ଦିନ ସରପଞ୍ଚ ବିଡ଼ିଓ , ତହସିଲଦାର,ଥାନା ଅଧିକାରୀ ଙ୍କୁ ଜଣାଇବା ପରେ ୭ଦିନିଆ ସଟ ଡାଉନ ଜାରୀ କରିଛନ୍ତି। ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ପଂଚାୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ କି ସୋମବାର ଠାରୁ ଏହି ସଟ୍ ଡାଉନ ଜାରି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ସରକାରଙ୍କ ନିୟମ ମାନି ଦ୍ୱାର ଦ୍ଵାର ବୁଲି ବିକ୍ରିକରି କରିପାରିବେ।ଅନ୍ୟତ୍ର କୌଣସି ଦୋକାନ ବଜାର,ସାମାଜିକ କାର୍ଯ୍ୟ, ଗାଡି ଚଳାଚଳ, ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here