କରୋନା ସଚେତନତା ଶିଶୁ ସାହିତ୍ୟ ଆସର।

0
391

 

ବ୍ରହ୍ମପୁର,୧୩/୦୭/୨୦୨୦( ବ୍ୟୁରୋ ରିପୋର୍ଟ) ଅଗ୍ରଣୀ ଶିଶୁ ସାହିତ୍ୟ
ଅନୁଷ୍ଠାନ ଶିଶୁ ସାହିତ୍ୟ ବିକାଶ ପରିଷଦର ଭିଡିଓ କନ୍ଫେରନ୍ସିଙ୍ଗ୍ କରୋନା ସଚେତନତା ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ବିଶିଷ୍ଠ ଶିଶୁସାହିତ୍ୟିକ କବିଶ୍ରୀ ଅଭିରାମ ପଣ୍ଡା ବୟସାଧିକ୍ୟ କାରଣ ରୁ ଦୀର୍ଘ ଦିନହେଲା ଅସୁସ୍ଥତା ଯୋଗୁଁ ଅଂଶ ଗ୍ରହଣ କରି
ପାରିନାହାନ୍ତି।ଏହି ଅବସରରେ ତାଙ୍କର ଆରୋଗ୍ୟ କାମନା କରାଯାଇଛି।କାର୍ଯ୍ୟକାରୀ ସଭାପତି
ପ୍ରଫେସର ଡ.ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରକୁ ସାଧାରଣ ସମ୍ପାଦକ
ଦୀନବନ୍ଧୁ ଶ୍ରୀପଲ୍ଲବ ସଂଚାଳନ କରିଥିଲେ।ପ୍ରାରମ୍ଭ
ରେ କରୋନା ରୁ ମୁକ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ପ୍ରାଥନା କରାଯାଇଥିଲା।କରୋନାଯୋଦ୍ଧାଙ୍କୁ
ଭୂୟସୀ ପ୍ରଶଂସା କରାଯାଇ କରୋନା ରେ ମୃତ୍ୟୁବରଣ କରିଥିବା କରୋନାଯୋଦ୍ଧାଙ୍କ ଆତ୍ମା ର
ସଦ୍ଗତି କାମନା କରାଯାଇଥିଲା ଏବଂ ବନ୍ଦେ ଉତ୍କଳ
ଜନନୀ ଗାନ କରାଯାଇଥିଲା।ବର୍ତ୍ତମାନ ଦିନକୁ ଦିନ କରୋନା ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ରୂପରେ
ବ୍ୟାପୁଥିବାରୁ ସମସ୍ତେ ସଚେତନତା ର ସହ ସୁରକ୍ଷିତ ରହିବା ପାଇଁ ସରକାର ଙ୍କ ସମସ୍ତ ନିୟମ
ମାନିଚଳିବା ଉଚିତ ବୋଲି ଆଲୋଚନା କରାଯାଇ ଥିଲା।ଶିଶୁ ମାନଙ୍କ ମଧ୍ୟରେ କରୋନା ସଂପର୍କରେ
ସଚେତନତା ସୃଷ୍ଟି କରିବା ପାଇଁ ଶିଶୁ କବିତା
ଗଳ୍ପ ଏହିଅବସରରେ ପାଠକରାଯାଇଥିଲା । ଏହି ସଚେତନତା ଶିଶୁ ସାହିତ୍ୟ ଆସରରେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ରାଉତ,
ଶ୍ରୀମତୀ ସ୍ବର୍ଣପ୍ରଭା ପାଢ଼ୀ, ରଘୁନାଥ ପାଇକ,
ଉପସଭାପତି ହାଡିବନ୍ଧୁ ମାଳି, ବିଜୟ ଚନ୍ଦ୍ର ନନ୍ଦ
ସମ୍ପାଦିକା ପ୍ରାଧ୍ୟାପିକା ଡ.ଜୟନ୍ତୀ ରାଣୀ ପଣ୍ଡା ଙ୍କ
ସମେତ ଶ୍ରୀମତୀ ସ୍ବର୍ଣପ୍ରଭା ମିଶ୍ର,ଶ୍ରୀମତୀ ଜ୍ୟୋତ୍ସ୍ନା ମୟୀ ପ୍ରଧାନ,ଡ.ସୂଚନା ପାଢ଼ୀ, ଶ୍ରୀମତୀ ଲୋପା ସାମଲ,ଶ୍ରୀମତୀ ପଦ୍ମିନୀ ମିଶ୍ର,ଶ୍ରୀମତୀ ପ୍ରେମଶିଳା ନନ୍ଦ, ଶ୍ରୀମତୀ ବନ୍ଦନା ମହାପାତ୍ର ଦେବାଶୀଷ ଦାଶ, ସୁଦାମ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରି ସ୍ବରଚିତ କରୋନା ସଚେତନତା ଶିଶୁ କବିତା ଓ ଗଳ୍ପ ପାଠକରିଥିଲେ।

LEAVE A REPLY

Please enter your comment!
Please enter your name here