ବିଜୁ ମହିଳା ଜନତା ଦଳର ଜିଲ୍ଲା ଇନଚାର୍ଜ ନାମ ଘୋଷଣା, ୩୧ ସାଙ୍ଗଠନିକ ଜିଲ୍ଲା ପାଇଁ ୧୮ ଜଣ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ

0
108

 

ଭୂବନେଶ୍ୱର,୧୩/୦୭/୨୦୨୦(ବ୍ୟୁରୋ ରିପୋର୍ଟ)-ବିଜେଡିର ପ୍ରେସ୍ ରିଲିଜ୍ ଅନୁସାରେ ଦଳୀୟ ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର, ଗୀତା ବସ୍ତିଆଙ୍କୁ ଗଜପତି ଓ ଗଞ୍ଜାମ, କସ୍ତୁରୀ ମହାପାତ୍ରଙ୍କୁ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଉର୍ମିଲତା ଦାସଙ୍କୁ ଭଦ୍ରକ ଓ ମୟୂରଭଞ୍ଜ, ପ୍ରଭାସିନୀ ଷଡ଼ଙ୍ଗୀଙ୍କୁ କଟକ, ଜ୍ୟୋତି ପାଣିଗ୍ରାହୀଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼, ସିଗ୍ଧା ପାଣିଗ୍ରାହୀଙ୍କୁ ରାୟଗଡ଼ା ଓ ନବରଙ୍ଗପୁର, ନିବେଦିତା ମହାନ୍ତିଙ୍କୁ କୋରାପୁଟ ଓ ମାଲକାନଗିରି, କୁଞ୍ଜଲତା ସାମଲଙ୍କୁ ନୟାଗଡ଼, ପୁଷ୍ପାଞ୍ଜଳି ରାଣାଙ୍କୁ ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳ, ମିନତୀ ଦେବତାଙ୍କୁ ସମ୍ବଲପୁର ଓ ବରଗଡ଼, ଭାରତୀ ସିଂଙ୍କୁ ବାଲେଶ୍ୱର, ସରୋଜିନୀ ରାଜଙ୍କୁ ବଲାଙ୍ଗିର ଓ ସୋନପୁର, ସଂଘମିତ୍ରା ଦଳେଇଙ୍କୁ କନ୍ଧମାଳ ଓ ବୌଦ, ରେଜୱାନା ବେଗମଙ୍କୁ ଯାଜପୁର, ମିତା ରାଉତଙ୍କୁ କେନ୍ଦ୍ରାପଡ଼ା, ସ୍ନେହାଞ୍ଜଳି ମହାନ୍ତିଙ୍କୁ ଜଗତସିଂହପୁର ଓ ସଂଯୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଇନଚାର୍ଜ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି। ଦୀର୍ଘ ୨୩ବର୍ଷ ଧରି ବିଜେଡିର ମହିଳା ସଂଗଠନ ଇତିହାସରେ ପ୍ରଥମଥର ପାଇଁ ଏଭଳି ଇନଚାର୍ଜ ବ୍ୟବସ୍ଥା ହୋଇଥିବାବେଳେ ନିର୍ବାଚନ ସମୟରେ ଦଳ ନିଜର ସଂଗଠନ ତୁଳନାରେ ସରକାରୀ କଳ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ଅଧିକ ଭରସା କରିଥାଏ। ଦଳର ମହିଳା ସଂଗଠନ ଦୀର୍ଘବର୍ଷ ଧରି ପଙ୍ଗୁ ଅବସ୍ଥାରେ ରହିଛି। ଦୀର୍ଘ ଦଶନ୍ଧି ଧରି ପ୍ରମିଳା ମଲ୍ଲିକ ଓ ପରେ ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହିଥିବା ବିଜେଡି ମହିଳା ୱିଙ୍ଗ କେବଳ କାଗଜ କଲମରେ ନିଜର ସଂଗଠନକୁ ବଜାୟ ରଖିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here