ୟୁ.ଜି.ସି .ର ପରୀକ୍ଷା ପରିଚାଳନା ନିଷ୍ପତି ପ୍ରତ୍ୟାହାର ଦାବି ଜଣାଇ ରାଜ୍ୟପାଳଙ୍କ ସହ ଉଚ୍ଚଶିକ୍ଷା ବିଭାଗ,ଜିଲ୍ଲାପାଳ ଏବଂ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କଲା ଗଂଜାମ ଜିଲ୍ଲା ଯୁବ କଂଗ୍ରେସ

0
385

 

ବ୍ରହ୍ମପୁର,୧୫/୦୭/୨୦୨୦: ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଜନିତ ବିଶ୍ବବ୍ୟାପୀ ଅଚଳାବସ୍ଥା ଯୋଗୁଁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଅଭୂତପୂର୍ବ କ୍ଷୟକ୍ଷତି ଘଟିଛି ।ଶିକ୍ଷାବର୍ଷ ଶେଷରେ ପଡ଼ୁଥିବା ପରୀକ୍ଷା ଋତୁରେ କରୋନା ମହାମାରୀ ଭୁତାଣୁ ର ଭାରତରେ ପ୍ରବେଶ କାରଣରୁ ପ୍ରାୟ ଶିକ୍ଷାର୍ଥୀଙ୍କ ବାର୍ଷିକ ପରୀକ୍ଷା ହୋଇପାରିନଥିଲା । କରୋନା ନିରୋଧୀ କାର୍ଯ୍ୟକ୍ରମ ଆଧାରରେ ସରକାରଙ୍କ କୋଭିଡ୍ -19 କାର୍ଯ୍ୟକ୍ରମ ଜନିତ ଘୋଷଣା ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହେବା ସହ ପିଲାଙ୍କ ପରୀକ୍ଷାକୁ ବନ୍ଦ କରାଯାଇଥିଲା ।ଚଳିତ ମାର୍ଚ ତୃତୀୟ ସପ୍ତାହରୁ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ।ଲକ୍ ଡାଉନ୍ , ଶାର୍ଟ୍ ଡାଉନ୍ ,ଆବଦ୍ଧ ଅଞ୍ଚଳ ,ରେଡ୍ ଜୋନ୍ ଘୋଷଣା ସହିତ ନିତିଦିନିଆ କର୍ଫ୍ୟୁ ଜାରୀ କରି ପ୍ରଶାସନ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଦୀର୍ଘ ଏହି ଚାରି ମାସ ଶିକ୍ଷାର୍ଥୀଙ୍କ ପାଇଁ ସଂପୂର୍ଣ୍ଣ ନିଷ୍ଫଳ ହୋଇଅଛି ।ଅନ୍ୟ ପକ୍ଷରେ ହଟ୍ ସ୍ପଟ ଅଞ୍ଚଳରୁ ପ୍ରବାସୀଙ୍କ ଫେରିବା କାରଣକୁ ନେଇ ଓଡ଼ିଶା ବିଶେଷକରି ଗଞ୍ଜାମ ଜିଲ୍ଲା ଅଧୁନା କରୋନା ଭାଇରସ ର ଆଡ୍ଡା ବନିଥିବା ବେଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଓ ଗୃହ ମନ୍ତ୍ରାଳୟ ମଞ୍ଜୁରୀ ନେଇ ଚଳିତ ଜୁଲାଇ ୬ ତାରିଖରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସଂପୂଣ୍ଣ ୟୁ.ଜି.ସି. ଗାଇଡ଼ଲାଇନ ବିଜ୍ଞପ୍ତିକୁ ଗଂଜାମ ଜିଲ୍ଲା ଯୁବକଂଗ୍ରେସ ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଅଛି ଜାରି ହୋଇଥିବା ଗାଇଡଲାଇନ ପ୍ରକାରେ ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ଶେଷ କରିବାପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ୟୁ.ଜି.ସି ର କିଛି ମୁଷ୍ଟିମେୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ଜାରିଏହି ନିଷ୍ପତ୍ତି ଛାତ୍ର ବିଭାଜନ, ଅମାନବୀୟ, ଦାୟିତ୍ୱହୀନ ଅଗଣତାନ୍ତ୍ରିକ ଦର୍ଶାଇ ବାସ୍ତବ ସ୍ଥିତି ଠାରୁ ବହୁ ଦୂରରେ ଓ ଦୂର ଦୃଷ୍ଟିହୀନ ଏବଂ ଏହା ବହୁ ଜାତୀୟ କମ୍ପାନୀ ମାନଙ୍କ ବ୍ୟବସାୟିକ ସ୍ୱାର୍ଥ ପାଇଁ ଉଦ୍ଧିଷ୍ଟ ଥିବା ଅଭିଯୋଗ କରିଛି । ଗତ ମାର୍ଚ୍ଚ ମାସ ଠାରୁ ଇତି ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ହେବ ଏବଂ ହେବ ନାହିଁ ଏହି ବିଭ୍ରାନ୍ତିକର ନିର୍ଦ୍ଦେଶାବଳୀ ପ୍ରସାରଣ କରାଇ ଗୃହମନ୍ତ୍ରାଳୟ ଓ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସମଗ୍ର ଦେଶରେ ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟୟନ ମନୋବଳକୁ ଧୂଳିସାତ କରି ଘୋର ଆଘାତ ଦେଇଛନ୍ତି | କେତକ ରାଜ୍ୟ ସରକାର କରୋନା ସ୍ଥିତିକୁ ଅନୁଧ୍ୟାନକରି ପରୀକ୍ଷା ବାତିଲ ନିଷ୍ପତି ନେଇଥିବା ସ୍ଥଳେ ୟୁ.ଜି.ସି . ପକ୍ଷରୁ କୌଣସି ସଂଲଗ୍ନ ହିତାଧିକାରୀ ଯଥା – ଛାତ୍ର ସଂଗଠନ, ଶିକ୍ଷକ ସଂଗଠନ, ଶିକ୍ଷାବିତ୍ ଓ ଅଭିଵାଭକ ମାନଙ୍କ ପରାମର୍ଶ ନ ନେଇ ଏକତରଫା ନିଷ୍ପତି ପ୍ରାୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗରୁ ବଞ୍ଚିତ କରିବା ପାଇଁ ହୀନ ଉଦ୍ଧେଶ୍ୟ ପ୍ରଣୋଦିତ ଅଟେ | ପ୍ରଚଳିତ ଶିକ୍ଷାନୀତିର ଦୁର୍ବଳ ଭିତ୍ତିଭୂମିରେ ସାମାଜିକ ଦୂରତା ରକ୍ଷାକରି ମହାମାରୀ ସମୟରେ ପରୀକ୍ଷା ପରିଚାଳନା କରିବା ଦିବସ୍ଵପ୍ନ ବ୍ୟାପାର ହୋଇଥିବା ସ୍ଥଳେ ଏହି ଅମାନବୀୟ ନିଷ୍ପତି ଛାତ୍ରଛାତ୍ରୀମାନଙ୍କୁ କରୋନାର କରାଳଗ୍ରାସ ମଧ୍ୟକୁ ଠେଲିଦେବା ନେଇ ମତ ପ୍ରକାଶ କରାଯାଇଛି । ୟୁ.ଜି.ସି. ଗାଇଡଲାଇନ ମଧ୍ୟରେ ଯେଉଁ ଅନଲାଇନ ପରୀକ୍ଷା ନିର୍ଦ୍ଦେଶ ରହିଛି ତାହା ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗରୁ ବଞ୍ଚିତ କରାଇବା , ୟୁ.ଜି.ସି. ର ଏହି ଧନୀ-ଗରିବ ଛାତ୍ର ବିଭାଜନ ଓ ସମୂହ ଛାତ୍ର ବିରୋଧୀ ପରୀକ୍ଷା ପରିଚାଳନା ପଦ୍ଧତିର ନିର୍ଦ୍ଦେଶବଳି ପ୍ରତ୍ୟାହାର କରି ହିତାଧିକାରୀ ଛାତ୍ର ସଂଗଠନ, ଶିକ୍ଷକ ସଂଗଠନ, ଶିକ୍ଷାବିତ୍ ଓ ଅଭିଵାଭକ ମାନଙ୍କ ସହ ଆଲୋଚନା କରି ସର୍ବସମ୍ମତି ଭିତ୍ତିରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକୀୟ ନିଷ୍ପତି ନେବା ପାଇଁ ଗଂଜାମ ଜିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ଦୃଢ ଦାବି କରାଯାଇଛି ବୋଲି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା ଏହି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି | କୋଭିଡ୍ -19 ଧାରା କାରଣରୁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସମ୍ବଳିତ ସ୍ମାରକ ପତ୍ରକୁ ଅନ୍ ଲାଇନ୍ ମେଲ୍ ଦ୍ଵାରା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ,ଭାରତ ସରକାର , ରାଜ୍ୟପାଳ ,ଓଡିଶା.ଉଚ୍ଚ ଶିକ୍ଷା ବିଭାଗ ,ଓଡିଶା ସରକାର , କୁଳପତି ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜିଲ୍ଲାପାଳ ,ଗଂଜାମ ଏବଂ
ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଚରାର୍ଥେ ପ୍ରେରଣ କରିଛନ୍ତି ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here